କଟକ ଓ ସମ୍ବଲପୁରକୁ ନେଇ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି ।ସମ୍ବଲପୁର ଓ କଟକରେ ହେବ ମହାନଦୀ ରିଭର ଫ୍ରଣ୍ଟ । ଏହା ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ । ଦୁଇଟି ପ୍ରକଳ୍ପ ପାଇଁ ୨ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଐତିହାସିକ ବାଲି ଯାତ୍ରାକୁ ଉଦଘାଟନ ସମୟରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସେହିପରି ଭୁଵନେଶ୍ବର ମେଟ୍ରୋ ରେଳ ସମ୍ପ୍ରସାରିତ ହେବ । ଦ୍ୱିତୀୟ ପର୍ଯ୍ୟାୟରେ କଟକ ସହର ଭିତରକୁ ସମ୍ପ୍ରସାରିତ ହେବ ମେଟ୍ରୋ ରେଳ । ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।ଏହି ଐତିହାସିକ ବାଲି ଯାତ୍ରାକୁ ରାଜ୍ୟ ସରକାର ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ।
କଟକ ଓ ସମ୍ବଲପୁରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
