Site icon UTKAL PRATIDIN

ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

cn-744x430

ଓଡିଶା ପହଞ୍ଚିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହ ।ବିଜେପି କର୍ମକର୍ତ୍ତାମାନେ ତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିଥିଲେ ।ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିପାଇଁ ସମଗ୍ର ରାଜଧାନୀକୁ ସୁରକ୍ଷା ଆବରଣ ମଧ୍ୟରେ ରଖାଯାଇଛି। ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। ଡିଜିିପି ସମ୍ମିଳନୀରେ ଯୋଗ ଦେବାକୁ ଓଡିଶାରେ ପହଂଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିପାଇଁ ସମଗ୍ର ରାଜଧାନୀକୁ ସୁରକ୍ଷା ଆବରଣ ମଧ୍ୟରେ ରଖାଯାଇଛି। ୭୦ ପ୍ଲାଟୁନ୍‌ ପୁଲିସ, ୧୨ କମ୍ପାନୀ ସିଆଇଏସ୍‌ଏଫ୍‌ଙ୍କ ସହ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରାଜଧାନୀ ରହିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକାଙ୍କ ସମେତ ବିଭିନ୍ନ ରାଜ୍ୟର ୬୦ରୁ ଊର୍ଦ୍ଧ୍ବ ଡିଜି ଓ ଆଇଜିଙ୍କ ସମେତ ଗୃହ ବିଭାଗ ଅଧୀନରେ ଥିବା ସଂସ୍ଥାଗୁଡିକର ଶୀର୍ଷ ଅଧିକାରୀମାନେ ଭୁବନେଶ୍ୱରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି।

Exit mobile version