
ସମବାୟ ସପ୍ତାହ ଆଜିଠୁ ଆରମ୍ଭ ହୋଇଛି ।ଆଜିଠୁ ୭୧ ତମ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ସମବାୟ ସପ୍ତାହ ପାଳନ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ନିଜର ମତବ୍ୟକ୍ତ କରିଛନ୍ତି।
ସୂଚନା ମୁତାବକ, ସମବାୟ ସମିତି ପକ୍ଷରୁ ବିସ୍ତୃତ ଗାଇଡ଼ଲାଇନ ଜାରି କରାଯାଇଥିଲା। ଜିଲ୍ଲାସ୍ତରରେ ସମବାୟ ସପ୍ତାହ ଲାଗି ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି। ନଭେମ୍ବର ୧୪ରେ ଓଡ଼ିଶା ପକ୍ଷରୁ ୭୧ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ ହେବ। ଜାରି ହୋଇଥିବା ଏସଓପି ଅନୁସାରେ, ସମବାୟ ସପ୍ତାହ ପାଳନ ପାଇଁ ୩ ଲକ୍ଷ ଟଙ୍କା ପ୍ରତ୍ୟକ ଡିଭିଜନର ଡିଆରସିଏସଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ।