ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଆଜି ଅପରାହ୍ନ ୩ଟାରେ ମାଲକାନଗିରିରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଅନୁଧ୍ୟାନ କରିବେ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମାଲକାନଗିରି ଯିବେ ।
ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବହୁ ଚାଷ ଜମି ଜଳମଗ୍ନ ହେବା ସହ ବାସଗୃହ ଭାସି ଯାଇଥିଲା। ବହୁ ସ୍ଥାନରେ ରାସ୍ତା ଧୋଇଯିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।ଏସବୁର ଅନୁଧ୍ୟାନ କରି ସାରି ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଭୁବନେଶ୍ୱର ଫେରିଆସିବେ ।