
ଓଡିଶାକୁ ଶିଳ୍ପ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ଓ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ସମ୍ଭାବନା ସଂପର୍କରେ ଶିଳ୍ପ ବିଭାଗ ପକ୍ଷରୁ ସେଠାରେ ଏକ ରୋଡ ସୋ’ରେ ମଧ୍ୟ ଯୋଗ ଦେବେ ।
ଚଳିତ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯାଇ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନର, ବାଣିଜ୍ୟିକ କମିଶନର ଓ ପୁଞ୍ଜିପତିମାନଙ୍କ ସହ ଓଡ଼ିଶାରେ ନିବେଶ ନେଇ ଆଲୋଚନା କରିଥିଲେ ।
ସେମାନଙ୍କୁ ଭରସା ଓ ପ୍ରତିଶ୍ରୁତି ଦେଇଥିଲେ, ଶିଳ୍ପାୟନକୁ ନୂଆ ଉଚ୍ଚତାକୁ ନେବାକୁ ରାଜ୍ୟ ନିଷ୍ପତ୍ତି ନେଇଛି । ଆପଣମାନେ ଓଡ଼ିଶା ଆସନ୍ତୁ । ସେଠାରେ ନିବେଶ ରୋଡ୍ ସୋରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଉତ୍କର୍ଷ ଓଡ଼ିଶା ମେକ୍ ଇନ ଓଡ଼ିଶା କନକ୍ଳେଭ ୨୦୨୫ ପାଇଁ ସେ ନିବେଶକମାନଙ୍କୁ ନିମନ୍ତ୍ରଣ କରିଥିଲେ।