Site icon UTKAL PRATIDIN

ସମ୍ବିଧାନ ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

cm-8

ସମ୍ବିଧାନ ଦିବସ ପାଳୁଛି ଦେଶ ।ସମ୍ବିଧାନ ଗଠନ ହେବାକୁ ପୂରଣ ହୋଇଛି ୭୫ ବର୍ଷ। ଏନେଇ ସାରା ଦେଶରେ ପାଳିତ ହେଉଛି ସମ୍ବିଧାନ ଦିବସ। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ, ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କ୍ରୀଡ଼ାମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିଧାୟକ ବାବୁ ସିଂ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଏଜି ଛକରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ଏକ ପଦଯାତ୍ରା କରାଯାଇଛି। ଏଥିରେ ସମସ୍ତ ନେତା, ମନ୍ତ୍ରୀ ସାମିଲ ହୋଇଛନ୍ତି। ପଦଯାତ୍ରାରେ ଯାଇ କାପିଟାଲ ହସ୍ପିଟାଲ ନିକଟରେ ସଫେଇ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ବିଧାନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା।

Exit mobile version