Site icon UTKAL PRATIDIN

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବଡ଼ ଘୋଷଣା

WhatsApp Image 2023-10-06 at 4.40.58 PM

ଆଗକୁ ରାଜସ୍ଥାନ ସମେତ ରହିଛି ଅନ୍ୟ 4ଟି ସ୍ଥାନର ନିବଚନ l ଏହାରି ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲ ନେଇଛନ୍ତି ଏକ ବଡ଼ ନିଷ୍ପତି l

ରାଜସ୍ଥାନ ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ମିଜୋରାମ ଓ ଛତିଶଗଡ଼ ଏହି ପାଞ୍ଚଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ଲାଗି ଦିଲ୍ଲୀରେ ନିର୍ବାଚନ ଆୟୋଗର ଏକ ବୈଠକ ବସିଛି l ତେବେ ତାରିଖ ଘୋଷଣା ନ ହୋଇଥିଲେ ମଧ୍ୟ ଗଣମାଧ୍ୟମର ସୂଚନା ଅନୁଯାୟୀ ନଭେମ୍ବର 15 ରୁ ଡିସେମ୍ବର 7 ତାରିଖ ମଧ୍ୟରେ ମତଦାନ ତାରିଖ ଦିଆଯିବ ବୋଲି ଜଣା ପଡିଛି l ଏନେଇ ଅକ୍ଟୋବର 8 ତାରିଖ ପରେ କେବେ ବି ତାରିଖ ଘୋଷଣା ହୋଇପାରେ l

ତେବେ ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ବିଧାନସଭା ନିର୍ବାଚନ ଠିକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ବଡ଼ ଘୋଷଣା କରିଛନ୍ତି l ସେ ରାଜ୍ୟରେ ନୂତନ ତିନୋଟି ଜିଲା ଗଠନ ନେଇ ସୂଚନା ଦେଇଛନ୍ତି l ସେ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଗେହଲଟ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ , ଜନସାଧାରଣଙ୍କ ଚାହିଦା ଏବଂ ଉଚ୍ଚ ସ୍ତରୀୟ କମିଟିର ସୁପାରିଶ ଅନୁଯାୟୀ ରାଜସ୍ଥାନରେ ଆଉ ତିନୋଟି ନୂତନ ଜିଲ୍ଲା ସୃଷ୍ଟି ହେବ। ଆଗାମୀ ନିର୍ବାଚନ ପାଇଁ ସମସ୍ତେ ନୂଆ ନୂଆ ଉପାୟ ଆପଣଉଥିବା ବେଳେ ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟ କିଣିବା ପାଇଁ ନେଇଛନ୍ତି ଏପରି ପଦକ୍ଷେପ l

Exit mobile version