ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ।ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରରାଓଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ କରିଛି ।ବିଭିନ୍ନ ସ୍ଥାନ ସମେତ ସରକାରୀ ଅଫିସ ରେ ଭିଜିଲାନ୍ସ ବିଭାଗ ରେଡ଼ କରିଛି ।
ଏହି ଚଢ଼ାଉରେ ୧୧ ଜଣ ଡିଏସ୍ପି, ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଏବଂ ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ସାମିଲ ହୋଇଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର ବାଲେଶ୍ୱର, କେନ୍ଦୁଝର ଏବଂ ଫୁଲବାଣୀ ସମେତ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।