Site icon UTKAL PRATIDIN

ଦୁର୍ଗାପୂଜାରେ କଏଦିଙ୍କୁ ମିଳିବ ଚିକେନ ତରକାରୀ ଓ ମଟନ ବିରିୟାନୀ

IMAGE_1728116773

ସାରା ଦେଶରେ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।ପଶ୍ଚିମବଙ୍ଗର କଏଦିମାନେ ଜେଲରେ ରହି ମଧ୍ୟ ସୁସ୍ୱାଦୁ ବ୍ୟଞ୍ଜନ ଖାଇବେ । କଏଦି ମାନଙ୍କୁ ମଟନ୍ ବିରିୟାନୀ, ଚିକେନ ତରକାରୀ ସହ ଅନ୍ୟାନ୍ୟ ବେଙ୍ଗଲର ପାରମ୍ପରିକ ଖାଦ୍ୟ ପରସାଯିବ।ପଶ୍ଚିମବଙ୍ଗରେ ଦୁର୍ଗା ପୂଜାକୁ ନେଇ ଅନେକ ଉତ୍ସାହ ରହିଥାଏ ।

ଅଧିକାରୀଙ୍କ ସୂଚନା ମୁତାବକ, “ପ୍ରତ୍ୟେକ ପର୍ବ ସମୟରେ କଏଦୀମାନେ ଭଲ ଖାଦ୍ୟ ପାଇଁ ଅନୁରୋଧ କରିଥାନ୍ତି। ଚଳିତ ବର୍ଷ ନୂଆ ମେନୁ ମିଳିଛି, ଆଶା କରୁଛୁ ଯେ ଏହା ସେମାନଙ୍କ ମୁହଁରେ ଖୁସି ଆଣିଦେବ। ଧାର୍ମିକ ଭାବାବେଗକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଆମିଶ ଖାଦ୍ୟ ଦିଆଯିବ ନାହିଁ। ସେମାନେ ସେମାନଙ୍କ ପସନ୍ଦର ନିରାମିଶ ଖାଦ୍ୟ ମଧ୍ୟ ଖାଇପାରିବେ ବୋଲି ସେ କହିଛନ୍ତି।

Exit mobile version