UTKAL PRATIDIN

ଛତିଶଗଡ : ଶେଷ ତାଲିକା ପ୍ରକାଶ କଲା ବିଜେପି ; ଦେଖନ୍ତୁ ପୁରା ଲିଷ୍ଟ..

ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ଶେଷ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ 4 ଟି ନାମ ଘୋଷଣା କରିଛି। ରାଜେଶ ଅଗରୱାଲ ଅମ୍ବିକାପୁରରୁ ଟିକେଟ ପାଇଥିବାବେଳେ ଦଳ ଦୀପେଶ ସାହୁଙ୍କୁ ବେମେତ୍ରାରୁ ପ୍ରାର୍ଥୀ କରିଛନ୍ତି।

ଏହା ସହିତ କଂଗ୍ରେସ ପରେ ଏବେ ବିଜେପି ମଧ୍ୟ ଛତିଶଗଡର ସମସ୍ତ 90 ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଜାତି ସମୀକରଣ ହେତୁ ଏହି ଆସନଗୁଡିକ ରଖାଯାଇଥିଲା ବୋଲି କୁହାଯାଉଛି।

ଦଳ ବେଲ୍ଟାରାରୁ ସୁଶାନ୍ତ ଶୁକ୍ଲା ଏବଂ କସଡୋଲରୁ ଧନୀରାମ ଧିୱାରଙ୍କୁ ଟିକେଟ ଦେଇଛି। ଆପଣଙ୍କୁ କହିରଖୁଛୁ ଯେ ବିଜେପି ଦ୍ୱିତୀୟ ତାଲିକାରେ 64 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ପ୍ରଥମ ତାଲିକାରେ 21 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଦ୍ୱିତୀୟ ତାଲିକାରେ ବିଜେପି 3 ସାଂସଦଙ୍କ ଟିକେଟ୍ ବାତିଲ କରିଦେଇଛି।

Exit mobile version