Site icon UTKAL PRATIDIN

କାହିଁକି ପଦ୍ମ ଧରିଲେ ଚମ୍ପାଇ ସୋରେନ ?

66c1f41ce4329-champai-soren--former-chief-minister-of-jharkhand-18161287-16x9

ରାଜନୀତିରେ ହଟ୍ଟଚମଟ ସୃଷ୍ଟି କରିଛନ୍ତି ଝାରଖଣ୍ଡର ପିତୁର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ।ଅଗଷ୍ଟ ୩୦ ତାରିଖରେ ଚମ୍ପାଇ ସୋରେନ ବିଜେପିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।ଚମ୍ପାଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ପୁର୍ବରୁ ଦିଲ୍ଲୀ ଗସ୍ତରେ ଯାଇ ସୋସିଆଲ ମିଡିଆ ଆକାଉଣ୍ଟରେ ବିଜେପିରେ ଯୋଗ ଦେବା ନେଇ ନିଜ ମନ୍ତବ୍ୟ ପୋଷ୍ଟ କରିଥିଲେ।ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ହୋଇପାରେ ।ତା ପୂର୍ବରୁ ଚମ୍ପାଇ ସୋରେନଙ୍କ ବିଜେପିରେ ମିଶିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।ଚମ୍ପାଇ ବିଜେପିରେ ମିଶିବା ପରେ ‘ଜେଏମଏମ’ ଦଳର କିଛି ନେତା ମଧ୍ୟ ଦଳ ଛାଡି ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ନିର୍ବାଚନୀ ଅଡୁଆ ସୃଷ୍ଟି କରିପାରେ। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ବେଲ ପାଇ ଜେଲରୁ ଫେରିବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ କୁହାଯାଇଥିଲା। ଯାହା ପରେ ସେ ଅସନ୍ତୁଷ୍ଟ ଥିଲେ। ବିଜେପିରେ ସାମିଲ ହେବା ପରେ ଚମ୍ପାଇଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଜାନୁଆରୀ ୩୧ ତାରିଖରେ ଜମି ଦୁନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ।ପରେ ଫେବ୍ରୁଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଜେଏମ୍‌ଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ ।ହେମନ୍ତ ସୋରେନଙ୍କୁ ଜୁଲାଇ ୩ ତାରିଖରେ ବେଲ ମିଳିଥିଲା ।ତାପରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଥିଲେ ।

ଚମ୍ପାଇ ସୋରେନ ଯେଉଁଭଳି ଭାବେ ମୁଖ୍ୟପଦରୁ ବାହାର କରାଗଲା ଏବଂ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେଲେ, ସେଥିରେ ସେ ଆଦୌ ଖୁସି ନଥିଲେ । ଏହି ଘଟଣାରେ ଦଳରେ ଅପମାନ ମିଳିଥିବା କହି ଦୁଃଖ ପ୍ରକାଶ କରିପୋଷ୍ଟ କରିଥିଲେ ଚମ୍ପାଇ ସୋରେନ।ଏହି କାରଣରୁ ଚମ୍ପାଇ ସୋରେନ ବିଜେପିରେ ମିଶିବା କଥା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି ।

Exit mobile version