
ଭୁବନେଶ୍ଵର: ଆଜି ପବିତ୍ର ହନୁମାନ ଜୟନ୍ତୀ । ଚୈତ୍ର ମାସର ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିଲେ ପବନପୁତ୍ର ହନୁମାନ । ମାନ୍ୟତା ଅନୁଯାୟୀ, ଏହି ଦିନ ବ୍ରତ ଓ ଉପବାସ କରିବା ଦ୍ୱାରା ଶୀଘ୍ର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଦୀର୍ଘ ୧୦୦ ବର୍ଷ ପରେ ଚଳିତ ବର୍ଷ ଅଦ୍ଭୁତ ଓ ଦୁର୍ଲ୍ଲଭ ଗ୍ରହ ଯୋଗରେ ହନୁମାନ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଓ ବୁଧ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ଯୋଗ, ଶୁକ୍ର ଓ ବୁଧ ଏକାଠି ହୋଇ ଲକ୍ଷ୍ମୀ-ନାରାୟଣ ଯୋଗ ସୃଷ୍ଟି ହେବାକୁ ଯାଉଛି ।
ଅନ୍ୟପଟେ ଚୈତ୍ର ମାସର ପୂର୍ଣ୍ଣିମା ତିଥିରେ ମୀନ ରାଶିରେ ପଞ୍ଚଗ୍ରହୀ ଯୋଗ ସୃଷ୍ଟି ହେଉଛି। ଏହି ଦିନ ମୀନ ରାଶିରେ ସୂର୍ଯ୍ୟ, ବୁଧ, ଶୁକ୍ର, ଶନି ଏବଂ ରାହୁଙ୍କ ସଂଯୋଗ ହେବ, ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚଗ୍ରହୀ ଯୋଗ କୁହାଯାଏ। ଏହାକୁ ଅତ୍ୟନ୍ତ ବିରଳ ସଂଯୋଗ ବୋଲି କୁହାଯାଏ । ମୀନ ରାଶିରେ ଶୁକ୍ର ଏବଂ ବୁଧଙ୍କ ସଂଯୋଗ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି କରୁଛି। ଏହା ସହିତ, ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗ ଯୋଗୁଁ, ବୁଧାଦିତ୍ୟ ଯୋଗ ସୃଷ୍ଟି ହେଉଛି। ସେହିପରି ସୂର୍ଯ୍ୟ ଏବଂ ଶୁକ୍ରଙ୍କ ସଂଯୋଗ ହେତୁ ଶୁକ୍ରାଦିତ୍ୟ ଯୋଗ ସୃଷ୍ଟି ହେଉଛି।
ଏହି ରାଶିଗୁଡ଼ିକ ହେବେ ଲାଭବାନ
ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍ ଲାଭ ମିଳିବ । ଦୀର୍ଘ ଦିନରୁ ଥିବା ଚାକିରି ସମସ୍ୟା ଦୂର ହେବ । ଅଟକି ଥିବା କାମ ମଧ୍ୟ ପୂରଣ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବେ । ପୁରୁଣା ସମସ୍ୟା ଦୂର ହେବ ।
ବୃଷ – ଆର୍ଥିକ ଦୃଷ୍ଟିରୁ ଶୁଭଫଳ ମିଳିବ । ବ୍ୟବସାୟରେ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ଚାକିରିରେ ଦାୟିତ୍ୱ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ ।
କର୍କଟ – ପରିବାରରେ ହସଖୁସିର ବାତାବରଣ ରହିବ । ବ୍ୟବସାୟରେ ଖୁବ୍ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ପ୍ରେମ ବିବାହର ମଧ୍ୟ ଯୋଗ ରହିଛି । ଭୂମି ଲାଭର ଯୋଗ ରହିଛି ।
ସିଂହ – ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ରାଜନୀତି-ପ୍ରଶାସନ ବିଭିନ୍ନ କ୍ଷେତ୍ରରେ ଲାଭବାନ୍ ହେବେ ।
କନ୍ୟା – ଖୁସି ଖବର ମିଳିପାରେ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । କୋର୍ଟ-କଚେରୀ ମାମଲାରେ ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ମଧ୍ୟ ଶୁଭଫଳ ମିଳିବ । ଅବିବାହିତ ଯୁବକ -ଯୁବତୀଙ୍କ ବିବାହର ଯୋଗ ରହିଛି ।
ତୁଳା – ପ୍ରେମ ସମ୍ପର୍କରେ ସଫଳତା ମିଳିବ । ଅଟକି ଥିବା କାମ ପୂରଣ ହେବ । ଜୀବନସାଥୀ ଓ ପରିବାରରେ ହସଖୁସିର ବାତାବରଣ ରହିବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।
ଧନୁ – ଧାର୍ମିକ ଯାତ୍ରାର ଯୋଗ ରହିଛି । ପାଠପଢା, ଚାକିରି ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି । ମାନସିକ ଶାନ୍ତି ମିଳିବ । ନୂଆ ନୂଆ ସୁଯୋଗ ପାଇବା ସହ ସଫଳତା ମିଳିବ ।