Site icon UTKAL PRATIDIN

ଦୁର୍ଗାଷ୍ଟମୀରେ ମାଆଙ୍କ ପାଖରେ ଲଗାନ୍ତୁ ଏସବୁ ଭୋଗ, ବର୍ଷିବ ଦେବୀଙ୍କ କୃପା

bhog-prasad-navratri-1743247897

ଭୁବନେଶ୍ଵର: ଆଜି ବାସନ୍ତିକ ଦୁର୍ଗାଷ୍ଟମୀ । ନବରାତ୍ରୀର ଅଷ୍ଟମ ଦିନରେ ମାଆ ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜା କରାଯାଏ । ଏହା ଦେବୀଙ୍କ ସୌମ୍ୟ ରୂପ।  ତେବେ, ନବରାତ୍ରୀରେ ଘରେ ମା ମହାଗୌରୀଙ୍କ ପୂଜା କିପରି କରିବେ । କେଉଁ ଭୋଗ ଲଗାଇଲେ ମାଆଙ୍କ କୃପାଲାଭ କରିବେ । ମା’ ମହାଗୌରୀ ବା ଦୁର୍ଗାଙ୍କୁ ଦୁର୍ଗାଷ୍ଟମୀ ଦିନ ଲଗାନ୍ତୁ ହାଲଓ୍ବା ,ପୁରୀ ଓ ଚଣା ଭୋଗ । ଯାହା ମାଆଙ୍କର ଅତି ପ୍ରିୟ ଭୋଗ । ଅଷ୍ଟମୀ ଦିନ ମାଆଙ୍କ ପାଖରେ ଏ ଭୋଗ ଲଗାଇଲେ ଦେବୀମାଆଙ୍କ କୃପା ଲାଭ କରିପାରିବେ। ଏବଂ ଆପଣଙ୍କ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇ ପାରିବ। ତେବେ ଆସନ୍ତୁ ଜାଣିବା ଘରେ କିପରି ଏ ସମସ୍ତ ଭୋଗ ପ୍ରସ୍ତୁତ କରି ଦେବୀ ମାଆଙ୍କ ପାଖରେ ଲଗାଇବେ । 

ଚଣା ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ: 

ସିଝା କଳାଚଣା ଦୁଇ କପ୍, ତିନି ଚାମଚ ତେଲ, ଏକ ଚାମଚ ଜିରା, ଅଧାଚାମଚ ଲଙ୍କା ଗୁଣ୍ତ, ଅଦାଛେଚା ଦୁଇ ଚାମଚ, ଅଧା ଚାମଚ ହଳଦୀ ଗୁଣ୍ତ, ଆବଶ୍ୟକ ଅନୁସାରେ ଲୁଣ, ଗୋଟିଏ କଞ୍ଚାଲଙ୍କା 

ହାଲଓ୍ବା ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ:

ଦୁଇ କପ ସୁଜି, ତିନି କପ ପାଣି, ଅଧା କପ୍ ଚିନି, କିଛି ଭଜା କାଜୁ କିସମିସ, ଅଧା କପ ଘିଅ ଓ ଏକ କପ ଖିର  

ପୁରୀ ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ: 

ଦୁଇ କପ ଅଟା, ଅଧା ଚାମଚ ଲୁଣ, ପୁରୀ ଛାଣିବା ପାଇଁ ଆବଷ୍ୟକ ତେଲ, ଆବଶ୍ୟକ ଅନୁସାରେ ପାଣି । 

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସୁଝିକୁ ୫ରୁ ୧୦ ମିନିଟ୍ ପାଇଁ ହାଲକା ଆଞ୍ଚରେ ଭାଜନ୍ତୁ । ସୁଜି ଟିକେ ବ୍ରାଉନ କର୍ଲର ହୋଇ ଆସିଲେ ସେଥିରେ କ୍ଷୀର ଓ ପାଣି ପକାନ୍ତୁ । କିଛି ସମୟ ଏହାକୁ ଗୋଳାନ୍ତୁ ପରେ ସେଥିରେ ଚିନି, ଲୁଣ ଓ ଭଜା ହୋଇଥିବା କାଜୁ ପକାଇକି ଭଲକି ଘାଣ୍ଟି ଦିଅନ୍ତୁ । ୧୦ ମିନିଟ ପାଇଁ ଏହାକୁ ଧିମା ଆଞ୍ଚରେ ବସାନ୍ତୁ । ୧୦ ମିନିଟ ପରେ ପ୍ରସ୍ତୁତ ହୋଇଯିବ ହାଲଓ୍ବା ।

ସେହିପରି କଳାବୁଟ ଭୋଗ ପ୍ରସ୍ତୁତି ମଧ୍ୟ ଅତି ସହଜ । ଏକ ପାତ୍ରରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଜିରା, କଞ୍ଚା ଲଙ୍କା , ଅଦା ପକାଇ ମିଶାନ୍ତୁ । ଧନିଆ ,ଲଙ୍କା ଗୁଣ୍ଡ ଓ ସେଥିରେ କିଛି ପାଣି ମିଶାଇ କିଛି ସମୟ ପାଇଁ ଫୁଟାନ୍ତୁ । ପୂର୍ବରୁ ସିଝା ଯାଇଥିବା ଚଣାକୁ ସେଥିରେ ପକାନ୍ତୁ । ଏବଂ ୧୦ ମିନିଟ ପାଇଁ ଏହାକୁ ଘୋଡାଇ ହାଲକା ଆଞ୍ଚରେ ଚୁଲିରେ ବସାନ୍ତୁ ।  ୧୦ ମିନିଟ ପରେ ପ୍ରସ୍ତୁତ ହୋଇଯିବ ଚଣାଭୋଗ ।

ସେହିପରି ପୁରୀ ପ୍ରସ୍ତୁତି କରିବା ପାଇଁ ୨ କପ୍ ଅଟାରେ ଆବଶ୍ୟକ ଅନୁସାରେ ସେଥିରେ ପାଣି ଓ ଲୁଣ ପକାନ୍ତୁ । ଭଲ ଭାବରେ ତାହାକୁ ଦଳନ୍ତୁ । ପରେ ଏକ ପ୍ୟାନରେ ତେଲ ଗରମ କରିନ୍ତୁ ବେଲା ହୋଇଥିବା ପୁରୀକୁ ଛାଣନ୍ତୁ ।  

Exit mobile version