Site icon UTKAL PRATIDIN

ବାର୍ଡ ଫ୍ଲୁ ତଦନ୍ତ ନେଇ ଆସନ୍ତାକାଲି ଓଡ଼ିଶାକୁ ଆସିବେ ସେଂଟ୍ରାଲ ଟିମ୍‌

bird-flu-1

ରାଜ୍ୟରେ ଦିନକୁ ଦିନ ବାର୍ଡ଼ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି ।ଏହି ବାର୍ଡ଼ ଫ୍ଲୁ ବ୍ୟାପୁଥିବାରୁ ସ୍ଥିତି ପରଖିବା ପାଇଁ କେନ୍ଦ୍ରୀୟ ଟିମ ଆସୁଛନ୍ତି ।ଯେଉଁ ଅଂଚଳରେ ଅଧିକ ପରିମାଣରେ ବାର୍ଡ଼ ଫ୍ଲୁ ବ୍ୟାପୁଛି ସେ ଅଂଚଳର କୁକୁଡ଼ାମାରି ପୋତି ଦିଆଯାଉଛି।ସମସ୍ତ ଜିଲାକୁ ସତର୍କ ରହିବା ସହ କୁକୁଡା ଫାର୍ମରେ କାମ କରୁଥିବା ଲୋକେ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବାର୍ଡ଼ ଫ୍ଲୁର ହ୍ଵାଟ୍ସପଟ ପାଲଟିଛି ପିପିଲି । ପିପିଲି ପରେ କେନ୍ଦ୍ରାପଡାରେ କୁକୁଡ଼ା ମଡ଼କ ପରେ ନମୁନା ଟେଷ୍ଟ ପାଇଁ ପାଠଯାଇଛି।ଲୋକମାନେ କୁକୁଡ଼ା ମାଂସ ଖାଇବେ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।ବାର୍ଡ ଫ୍ଲୁ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ.ବିଜୟ ମହାପାତ୍ର ।

ପିପିଲିର ଯେଉଁଠାରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଦେଇଛି ସେଠାରେ ପଶୁ ଚିକିତ୍ସା ବିଭାଗର ସିଭିଡିଓଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଆବଶ୍ୟକ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। କୌଣସି ବ୍ୟକ୍ତି ଜ୍ବରରେ ଆକ୍ରାନ୍ତ ହେଲେ ତାଙ୍କର ନମୁନା ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ। ପ୍ରତ୍ୟେକ ଦିନ ତଥ୍ୟ ସଂଗ୍ରହ କରାଯାଉଥିବା ସେ ସୂଚନା ଦେଇଛନ୍ତି ।

Exit mobile version