Site icon UTKAL PRATIDIN

ଭରତପୁର ଥାନାରେ ଲାଗିଲା ସିସିଟିଭି

recent_photo_1726402436

ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ରାଜଧାନୀରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚାର ବିଷୟ ପାଲଟିଥିଲା ।ଦିନକୁ ଦିନ ଯେତେ ଗଡୁଛି ଘଟଣାରେ ସେତେ ନୂଆ ରୋଚକ ମୋଡ ଆସୁଛି । ପ୍ରଥମେ ପୁଲିସ ଥାନାରେ ଭଙ୍ଗାରୁଜା ଏବଂ ଆକ୍ରମଣ ଘଟଣା ନେଇ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଆଡକୁ ଆଙ୍ଗୁଠି ଉଠିଥିଲା। ହେଲେ ପରବର୍ତ୍ତୀ ସମୟରେ ପୁଲିସ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ।

ଆଉ ଅଭିଯୋଗ ଉପରେ ଡିଜିପି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲେ।ସେଦିନ ରାତିରେ ଭରତପୁର ଥାନା ଭିତରେ କଣ ଘଟି ଥିଲା ତାହାର ପ୍ରମାଣ ନାହିଁ ।ଏସବୁ ଭିତରେ ଭରତପୁର ଥାନାରେ ସିସିଟିଭି ଲଗାଯାଇଛି। ୨୫ଟି ସିସିଟିଭି ଲାଗିବାର ବ୍ୟବସ୍ଥା ଥିଲା ବେଳେ ୧୬ଟି ଲଗାଯାଇଛି।

ସୂଚନା ମୁତାବକ, ରାଜ୍ୟର ସମସ୍ତ ଥାନା ଗୁଡ଼ିକର ତଦନ୍ତରେ ସ୍ବଚ୍ଛତା ନିମନ୍ତେ ସି.ସି.ଟି.ଭି ସଂଯୋଗୀକରଣ ନେଇ ନିର୍ଦ୍ଦେଶ ଜାରି ହୋଇଥିଲା। ଅକ୍ଟୋବର ୮ ସୁଦ୍ଧା ରାଜ୍ୟର ସବୁ ଥାନାରେ ସିସିଟିଭି ଲାଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫୭ଟି ଥାନାରେ ନୂଆ ଲାଗିବା ସହ ୨୯ଟି ଥାନାରେ ବଦଳା ଯିବ ସିସିଟିଭି। ସିସିଟିଭି ଲଗାଇବାକୁ ଓକାକ୍‌କୁ ନିର୍ଦ୍ଦେଶ ଦିଆଯାଇଥିବା ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି।

Exit mobile version