Site icon UTKAL PRATIDIN

୬ଟି ହିଂସା ଘଟଣାର ହେବ ‘ସିବିଆଇ’ ତଦନ୍ତ : ଅମିତ ଶାହ

3

ଇମ୍ଫାଲ: ମଣିପୁରରେ ସୃଷ୍ଟି ହୋଇଥିବା ଜାତିଗତ ଦଙ୍ଗାକୁ ରୋକିବାକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ହିଂସା ମାମାଲରେ ନ୍ୟାୟିକ ତଦନ୍ତ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଇମ୍ଫାଲ୍‌ରେ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ହୋଇଥିବା ହିଂସା ମାମଲାରେ ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି। ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସିବିଆଇ ଟିମ୍‌ ଏହି ଘଟଣାର ତଦନ୍ତ କରିବ।

ସଂଘର୍ଷରେ ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ ନିମନ୍ତେ ‘ରିଲିଫ୍‌’ ଓ ପୁନଃଥଇଥାନ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବେ ବୋଲି ଶାହ କହିଛନ୍ତି।

ସେହିପରି, ହିଂସାକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ କେନ୍ଦ୍ର ସରକାର ୨୦ଜଣ ଡାକ୍ତରଙ୍କ ସମେତ ୮ଟି ‘ମେଡିକାଲ୍ ଏକ୍ସପର୍ଟ’ ଟିମ୍‌ ପଠାଇଛନ୍ତି। ୫ଟି ଟିମ୍‌ ମଣିପୁରରେ ପହଞ୍ଚି ସାରିଛନ୍ତି ଓ ବାକି ୩ଟି ଟିମ୍‌ ଆସୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ମଣିପୁରର ଦୁଇ ଆଦିମ ଅଧିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହ ୪ ଦିନିଆ ମଣିପୁର ଗସ୍ତରେ ଅଛନ୍ତି।

Exit mobile version