Site icon UTKAL PRATIDIN

ଜାଲ କାଗଜପତ୍ରରେ ଚାକିରି, ଏମ୍ସରେ ସିବିଆଇ ରେଡ୍

All-India-Institutes-of-Medical-Sciences-Bhubaneswar-AIIMS

ଭୁବନେଶ୍ଵର:  ଭୁବନେଶ୍ଵର ଏମ୍ସରେ ସିବିଆଇ ରେଡ୍ । ନିଯୁକ୍ତି ସ୍କାମ୍ ଅଭିଯୋଗରେ ଚଢ଼ାଉ କରୁଛି ସିବିଆଇ । ଜାଲ୍ କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗରେ ହୋଇଛି ଚଢ଼ାଉ । ଚଢଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ସିବିଆଇ ହାତରେ ଲାଗିଛି। ହେଲେ କିଏ ଦେଇଥିଲା ଏ ନିଯୁକ୍ତି , କେତେଜଣ ଜାଲ କାଗଜପତ୍ର ଦେଖି ନିଯୁକ୍ତି ପାଇଛନ୍ତି ସେ ନେଇ ଖୋଳତାଡ କରୁଛି ସିବିଆଇ । 

ସୂଚନା ଅନୁସାରେ, ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ଼ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ସ୍କାମ୍ ହୋଇଥିବା ଜାଣିବାକୁ ପାଇଥିଲା । ଏହି ମାମଲାରେ ଆଜି ସିବିଆଇ ଟିମ୍ ଚଢ଼ାଉ କରିଛି । ଚଢ଼ାଉରେ ସିବିଆଇ ଟିମରେ ୯ ଜଣ ସଦସ୍ୟ ସାମିଲ୍ ଅଛି । ଘୋଟାଲାର ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ୭୭୫ଟି ପୋଷ୍ଟରେ ଜାଲ କାଗଜପତ୍ର ଜରିଆରେ ସ୍କାମ ହୋଇଥିବା ନେଇ ପ୍ରମାଣ ମିଳିଛି । ତେବେ ରେଡ୍‌ ବେଳେ ବହୁ କାଗଜପତ୍ର ଜବତ କରିଛି ସିବିଆଇ ।

Exit mobile version