
ଭୁବନେଶ୍ଵର: ପ୍ରତିଦିନ ବଢୁଥିବା ସୁନା ଦରକୁ ନେଇ ଚିନ୍ତାରେ ପଡିଲେଣି ଗ୍ରାହକ । ଆଗକୁ ସୁନା କିଣିବା ଗରିବଙ୍କ ପାଇଁ ହୋଇପାରେ ସ୍ବପ୍ନ । କାରଣ ଦେଶରେ ଲଗାତାରସୁନା ଭାବେ ବଢିବାରେ ଲାଗିଛି ସୁନା ମୂଲ୍ୟ । ଗତ ୧୭ ତାରିଖରେ ସୁନା ଦରରେ ସାମାନ୍ୟ ହ୍ରାସ ହୋଇଥିବା ବେଳେ ଗତକାଲି ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୭,୧୧୦ ରହିଥିଲା । ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୭୯୮୬୦ରେ ବିକ୍ରି ହେଉଥିଲା ।
ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦାମ ୮୦,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୮୭,୬୫୦ ଟଙ୍କା ରହିଛି । ତେବେ କେତେକ କାରଣରୁ ସୁନା ଦର ୧୦ ଗ୍ରାମ୍ ପିଛା ଲକ୍ଷେ ଟଙ୍କା ଟପିବ ବୋଲି ଆଶଙ୍କା କରାଯାଉଛି। ଆମେରିକା ଲଣ୍ଡନର ଥ୍ରେଡ୍ ଷ୍ଟ୍ରିଟ୍ ତଳେ ଥିବା ବିଶ୍ୱର ସର୍ବବୃହତ୍ ସୁନା ରିଜର୍ଭରୁ ଆମେରିକା ସୁନା ମଗାଇବା ଆରମ୍ଭ କରିଛି । ଏହି କ୍ରମରେ ଏ ପର୍ଯ୍ୟନ୍ତ ୮୦୦୦ ସୁନାବାର୍ ଆମେରିକାର ନ୍ୟୁୟର୍କ ସୁନା ରିଜର୍ଭରେ ପହଞ୍ଚିଛି। ବ୍ୟାଙ୍କ ଅଫ୍ ଇଂଲଣ୍ଡର ସୁନା ଭଣ୍ଡାରରେ ୨୨ ଲକ୍ଷ କୋଟି ଟଙ୍କାର ସୁନା ଜମାହୋଇ ରହିଛି । ଆଗାମୀ ଦିନରେ ସୁନା ଆମଦାନୀରେ ଶୁଳ୍କ ଲାଗୁହେବା ନେଇ ଆଶଙ୍କା କରାଯାଉଥିବାବେଳେ ସୁନା ଦର ଭାରତରେ ଲକ୍ଷେ ଟଙ୍କା ଟପିପାରେ।
ଲଗାତାର ଭାବେ ବୃଦ୍ଧି ପାଉଥିବା ସୁନା ଦର ୮୦ ହଜାର ଟଙ୍କା ଅତିକ୍ରମ କରିଥିଲା। ଆଜି ଏଥିରେ ଆହୁରି ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ଆଜି ୭୦୦ ଟଙ୍କା ବୃଦ୍ଧି ପାଇ ୮୨,୧୫୦ ଟଙ୍କା ହୋଇଛି। ସେହିପରି, ୨୪ କ୍ୟାରେଟ୍ ସୁନା ଦାମ୍ ୭୦୦ ଟଙ୍କା ବୃଦ୍ଧି ପାଇ ୮୬,୨୬୦ ଟଙ୍କା ହୋଇଛି।