Site icon UTKAL PRATIDIN

ଟ୍ରେନି ମହିଳା ଡାକ୍ତରଙ୍କ ହତ୍ୟା ଘଟଣା: ସିବିଆଇକୁ ମାମଲା ହସ୍ତାନ୍ତର, ପ୍ରିନ୍ସିପାଲଙ୍କୁ ଛୁଟିରେ ଯିବାକୁ କହିଲେ ହାଇକୋର୍ଟ

delhi high court

କୋଲକାତା: କୋଲକାତା ସରକାରୀ ଡାକ୍ତରଖାନାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବ ଘଟଣାକୁ ନେଇ ସାରା ଦେଶରେ ନିଆଁ ଜଳୁଛି | ମେଡିକାଲ କଲେଜ ଡାକ୍ତର ଏବୋ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ କୋଲକାତା ହାଇକୋର୍ଟ ଶୁଣାଣି କରିଛନ୍ତି |
ସମସ୍ତ ପକ୍ଷଙ୍କ ଅଭିଯୋଗ ଶୁଣିବା ପରେ କୋର୍ଟ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି | ଏହି ମାମଲାର ସମସ୍ତ କାଗଜପତ୍ର ତୁରନ୍ତ କେନ୍ଦ୍ରୀୟ ଯାଞ୍ଚ କମିଟିକୁ ହସ୍ତାନ୍ତର କରିବାକୁ କହିଛନ୍ତି | ଏହି ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି |
ଏପଟେ ମେଡିକାଲ କଲେଜର ପ୍ରିନସିପାଲ ପ୍ରଫେସର ଡ଼ା. ସନ୍ଦୀପ ଘୋଷଙ୍କୁ ଛୁଟିରେ ରହିବା ପାଇଁ ପଠାଇ ଦେଇଛନ୍ତି | ଏହା ପୂର୍ବରୁ ପ୍ରିନସିପାଲ ପ୍ରଫେସର ଡ଼ା. ସନ୍ଦୀପ ଘୋଷ ନୈତିକତା ଦୃଷ୍ଟିରୁ ପଦବୀରୁ ଇସ୍ତଫା ଦେଇଥିଲେ | ସମ୍ପୃକ୍ତ ମହିଳା ଡାକ୍ତର ମୋର ଝିଅ ପରି | ଜଣେ ଅଭିଭାବକ ଭାବେ ତାଙ୍କୁ ସୁରକ୍ଷା ଦେଇ ପାରି ନ ଥିବାରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛି ବୋଲି ସେ କହିଥିଲେ | ତେବେ ଇସ୍ତଫା ଦେବା ପରେ ପରେ ତାଙ୍କୁ ଆଉ ଏକ ସରକାରୀ କଲେଜରେ ନିଯୁକ୍ତି ମିଳି ଯାଇଥିଲା | ଏହାକୁ ନେଇ ମଧ୍ୟ ହାଇକୋର୍ଟ ପ୍ରଶ୍ନ କରିଥିଲେ | ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବା ପରେ ତାଙ୍କୁ କେମିତି ଆଉ ଏକ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ମିଳିଲା ? ଏପରିକି ଆଜି ଦ୍ବିପହର ପୂର୍ବରୁ ତାଙ୍କୁ ଛୁଟି ଦରଖାସ୍ତ ଜମା କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି |

Exit mobile version