Site icon UTKAL PRATIDIN

ଡିସେମ୍ବର ସୁଦ୍ଧା ପଦକ୍ଷେପ ନେବେ ସରକାର,ରାଜ୍ୟରେ ଖୋଲିବ ନୂଆ ଘରୋଇ ସ୍କୁଲ

school-2

ରାଜ୍ୟ ସରକାର ସରକାରୀ ସ୍କୁଲ ସହ ଘରୋଇ ସ୍କୁଲକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଆସନ୍ତା ଶିକ୍ଷାବର୍ଷରେ ରାଜ୍ୟରେ ନୂତନ ଘରୋଇ ସ୍କୁଲ୍‍ ଖୋଲିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଆବେଦନ ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସ୍କୁଲ୍‍ର ଭିତ୍ତିଭୂମି ଓ ସମସ୍ତ କାଗଜପତ୍ର ଯାଞ୍ଚ କରି ଆସନ୍ତା ୨୧ ତାରିଖ ସୁଦ୍ଧା ଅନ୍‍ଲାଇନରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ରିପୋର୍ଟ ଦାଖଲ କରିବେ। ସ୍ଥିତି ଅନୁଧ୍ୟାନ ପରେ ସରକାରଙ୍କ ପକ୍ଷରୁ ଡିସେମ୍ବର ୧୦ ତାରିଖ ସୁଦ୍ଧା ନିର୍ଦ୍ଦେଶାଳୟ ପକ୍ଷରୁ ନୂଆ ସ୍କୁଲ୍‍ ଖୋଲିବା ପାଇଁ ପଦକ୍ଷେପ ନିଆଯିବ।

Exit mobile version