ଭୁବନେଶ୍ଵର: ନିକଟରେ ଜିଓ, ଏୟାରଟେଲ ଏବଂ ଭିଆଇ ଭଳି ଘରୋଇ ଟେଲିକମ୍ କମ୍ପାନିଗୁଡ଼ିକର ଶୁଳ୍କ ବୃଦ୍ଧି ପରେ ଅନେକ ଉପଭୋକ୍ତା ବିଏସଏନଏଲ ଆଡ଼କୁ ମୁହାଁଉଛନ୍ତି। ଜୁଲାଇ ୨୦୨୪ରେ ବିଏସଏନଏଲ କେବଳ ଆନ୍ଧ୍ରପ୍ରଦେଶରେ ୨.୧୭ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି, ଯାହା କି ଏହି ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ପାଇଁ ଏକ ବଡ଼ ଉପଲବ୍ଧି। ଚାହିଦା ବଢ଼ୁଥିବାରୁ ବିଏସଏନଏଲ କାର୍ଯ୍ୟାଳୟରେ ଭିଡ଼ ଜମିବା ସହ ଅନେକ ଗ୍ରାହକ ବ୍ୟକ୍ତିଗତ ଭାବେ ସିମ୍ କାର୍ଡ ପାଇପାରୁନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବିଏସଏନଏଲ ଏକ ଅନଲାଇନ ସିମ୍ ଅର୍ଡର ସିଷ୍ଟମ ଲଞ୍ଚ କରିଛି, ଯେଉଁଥିରେ ଦ୍ରୁତ ଡେଲିଭରୀ ଏବଂ ସହଜ କେୱାଇସି ରହିଛି।
ଭାରତ ସଞ୍ଚାର ନିଗମ ଲିମିଟେଡ୍ ତା’ର ଗ୍ରାହକଙ୍କ ପାଇଁ ଏକ ନୂଆ ଓ ସୁବିଧାଜନକ ସେବା ଆରମ୍ଭ କରିଛି। ଏବେ ଆପଣ ଘରେ ବସି ବିଏସଏନଏଲର ୫ଜି ସିମ୍ କାର୍ଡ ଅନଲାଇନରେ ବୁକ୍ କରିପାରିବେ ଏବଂ ମାତ୍ର ୯୦ ମିନିଟରେ ଏହା ଆପଣଙ୍କ ଘର ପାଖରେ ପହଞ୍ଚିଯିବ। ଏହି ସେବା ସେହି ଗ୍ରାହକଙ୍କ ପାଇଁ ଉପଯୋଗୀ, ଯେଉଁମାନେ ବିଏସଏନଏଲ ଅଫିସରେ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ଚାହାନ୍ତି ନାହିଁ। ଆସନ୍ତୁ ଜାଣିବା ବିଏସଏନଏଲ ୫ଜି ସିମ୍ ବୁକିଂର ସହଜ ପ୍ରକ୍ରିୟା । ବିଏସଏନଏଲ ସିମ୍ କାର୍ଡ ଯଦି ଆପଣ ନୂଆ ବିଏସଏନଏଲ ୪ଜି କିମ୍ବା ୫ଜି ସିମ୍ ପାଇବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କିପରି ଅନଲାଇନରେ ଅର୍ଡର କରିବେ:
- ଆପଣଙ୍କ ମୋବାଇଲ୍ କିମ୍ବା ଲାପଟପରେ ବ୍ରାଉଜର ଖୋଲି https://prune.co.in/ କୁ ଯାଆନ୍ତୁ।
- ୱେବସାଇଟ୍ ଖୋଲିବା ପରେ, ଉପରେ ଥିବା ‘Buy SIM Card’ ଅପସନ ଉପରେ କ୍ଲିକ୍ କରନ୍ତୁ ଏବଂ ଦେଶ ଭାବେ ‘India’ ଚୟନ କରନ୍ତୁ।
- ଅପରେଟର ଭାବେ BSNL ଚୟନ କରନ୍ତୁ ଏବଂ ଆପଣଙ୍କ ପସନ୍ଦ ଅନୁଯାୟୀ ଫାର୍ଷ୍ଟ ରିଚାର୍ଜ କୁପନ (FRC) ପ୍ଲାନ ବାଛନ୍ତୁ। FRC ପ୍ଲାନର ମୂଲ୍ୟ ₹୧୦୭ରୁ ₹୨୯୯୯ ପର୍ଯ୍ୟନ୍ତ ରହିଛି, ଯାହା ବିଭିନ୍ନ ବୈଧତା ଓ ଲାଭ ପ୍ରଦାନ କରେ।
- ଆପଣଙ୍କ ପୂରା ନାମ, ମୋବାଇଲ୍ ନମ୍ବର, ଇମେଲ୍ ଠିକଣା ଏବଂ ଡେଲିଭରୀ ଠିକଣା ପୂରଣ କରନ୍ତୁ। ଆପଣଙ୍କ ମୋବାଇଲ୍ ନମ୍ବରକୁ ପଠାଯାଇଥିବା ଓଟିପି (OTP) ଦ୍ୱାରା ଭେରିଫିକେସନ ସମ୍ପୂର୍ଣ୍ଣ କରନ୍ତୁ।
- ସମସ୍ତ ତଥ୍ୟ ପୂରଣ କରିବା ପରେ, UPI, ନେଟ୍ ବ୍ୟାଙ୍କିଂ କିମ୍ବା ଡେବିଟ୍/କ୍ରେଡିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ କରି ଅର୍ଡର ନିଶ୍ଚିତ କରନ୍ତୁ। ଅର୍ଡର ପ୍ଲେସ ହେବା ପରେ ୯୦ ମିନିଟ ମଧ୍ୟରେ ସିମ୍ ଆପଣଙ୍କ ଘରେ ପହଞ୍ଚିଯିବ।