Site icon UTKAL PRATIDIN

ଆଜି ସନ୍ଧ୍ୟାରୁ ୧୪ଜିଲ୍ଲାରେ ବସ ଚଳାଚଳ ବନ୍ଦ

bus-2-750x430

ଶାରଦୀୟ ଦୁର୍ଗା ପୂଜାରେ ଗାଁରୁ ସହର ଚଳଚଂଚଳ ଥିବା ବେଳେ ଏକ ବଡ ଖବର ସାମ୍ନାକୁ ଆସିଛି ।ଆଜି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ବନ୍ଦ ଡାକରା ଦେଇଛି। ଆସନ୍ତାକାଲି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ସଂଘ କହିଛି।ରାଜ୍ୟରେ ସମସ୍ତ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍‌ ଚଳାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ପୂର୍ବରୁ ବିରୋଧ କରି ଆସୁଥିଲା ଘରୋଇ ବସ୍‌ ମାଲିକ ସଂଘ। ୧୩ ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବ।

ଆଜି ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଛନ୍ତି ସଂଘର ସଦସ୍ୟ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।

Exit mobile version