Site icon UTKAL PRATIDIN

ନିଆଁ ଲାଗି ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ..

bus-fire-750x430-1

ଢେଙ୍କାନାଳ : ଟଳିଲା ବିପଦ। ବଡ ଅଘଟଣରୁ ବର୍ତ୍ତିଗଲେ ବସ୍ ଯାତ୍ରୀ। ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ଆନନ୍ଦନଗର ନିକଟରେ ଏକ ଯାତ୍ରୀବାହୀ ବସ୍ ଜଳି ଯାଇଛି।

ସୌଭାଗ୍ୟବଶତଃ ବସର ଯାତ୍ରୀ ସୁରକ୍ଷିତ ଅଛନ୍ତି। ନିଆଁ ଲାଗିବା ମାତ୍ରେ ଯାତ୍ରୀ ବସରୁ ବାହାରକୁ ପଳାଇ ଆସିଥିଲେ। ବସ୍ ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଅଘଟଣ ଘଟିଛି।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦମକଳ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Exit mobile version