Site icon UTKAL PRATIDIN

ବସ ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

Dead_Body_1720078248

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା।କଟରେ ଏକ ବସ ଓ ଏକ ବାଇକ ମଧ୍ୟରେ ମୁଁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ରମେଶ ପାତ୍ର। ଗୁରୁତର ଆହତ ହୋଇଥିବେ ବ୍ୟକ୍ତିଙ୍କ ନାଁ ବିଶୁ ପାତ୍ର।

ସେମାନଙ୍କ ଘର ଟେମ୍ପଲେଇ।ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ରମେଶ ପାତ୍ର ଓ ବିଶୁ ପାତ୍ରଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରମେଶ ପାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ବିଶୁ ପାତ୍ରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟିବା ପରେ ବସ୍‌ଟି ଦ୍ରୁତଗତିରେ ସେଠାରୁ ପଳାଇ ଯାଇ କାମାକ୍ଷାନଗର ଥାନାରେ ଆତ୍ମସମର୍ପଣ କରିଥିଲା।

Exit mobile version