Site icon UTKAL PRATIDIN

ଘାଟି ନିକଟରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

Accident_1729132582

ଗତ କଲି ଦୁର୍ଘଟଣାଗ୍ରସ୍ତ ହୋଇଛି ଭୁବନେଶ୍ୱର ବୌଧ ଜିଲ୍ଲା କଣ୍ଟାମାଳକୁ ଯାଉଥିବା ଏକ ସରକାରୀ ବସ୍‌ । ବସ୍‌ଟି କଣ୍ଟାମାଳ ଅଭିମୁଖେ ଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ସୀମାନ୍ତ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଝରଝରୀ ଘାଟି ନିକଟରେ ଘଟିଛି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ ଯାତ୍ରି ।

ବସ୍‌ଟି ଯାତ୍ରୀଙ୍କୁ ଧରି କଣ୍ଟାମାଳ ଅଭିମୁଖେ ଯାଉଥିବା ବେଳେ ଝରଝରୀ ଘାଟି ନିକଟରେ ହଠାତ୍‌ ବସ୍‌ର ଏକ୍ସେଲ ଭାଙ୍ଗି ଯାଇଥିଲା। ମାତ୍ର ଡ୍ରାଇଭରଜଣକ ତୁରନ୍ତ ବସ୍‌ଟିକୁ ନିୟନ୍ତ୍ରୀତ କରିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ମାତ୍ର ସେମାନେ ଭୟଭୀତ ହୋଇ ଯାଇଥିବାରୁ ଗାଡ଼ି ବାହାରକୁ ଆସି ରାତି ସାରା ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଥିଲା। ତେବେ ଗାଡିର ଅବସ୍ଥା ଠିକ ନଥିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।

Exit mobile version