
ଆଜି ହେଉଛି ମହାମାୟୀଙ୍କ ଦଶହରା ।ଦଶହରାକୁ ନେଇ ସବୁ ଆଡେ ଉତ୍ସବମୁଖର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ଦୁର୍ଗା । ବିହାରରେ ଘଟିଛି ଏଭଳି ଅଭାବନୀୟ ଘଟଣା।ଆଜି ସକାଳୁ ବିହାର ନଓ୍ୱାଡା ପୁଲିସ ଷ୍ଟେସନ ଅଞ୍ଚଳର ମୌଲବାଦରେ ଥିବା ପୂଜା ମଣ୍ଡପରେ ଗୁଳିମାଡ଼ ହୋଇଛି।ଫଳରେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।ଏଥିରେ ପୂଜା କମିଟିର ଜଣେ ସଦସ୍ୟଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଛାନଭିନ ଜାରି ରଖିଛି। ଆଖପାଖରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ ଚାଲିଛି।