ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେୱାଇ ହଟିବ | ଖୁବ ଶୀଘ୍ର ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା | ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ବିଷୟରେ ସୂଚନା ଦେଇ କହିଛନ୍ତି, ସେପ୍ଟେମ୍ବର ୧୦ ପରେ ରାଜ୍ୟରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା | ସେ ଯାଏ ବିଏସକେୱାଇ ଯୋଜନାରେ ଲୋକେ ସ୍ୱାସ୍ଥ୍ୟ ସୁବିଧା ପାଇ ପାରିବେ |ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ସମସ୍ତଙ୍କୁମିଳିବ। ପର୍ଯ୍ୟାୟକ୍ରମେ ଏହା ଲାଗୁ ହେବ । ଏବେ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍ରେ BSKY ଜାରି ରହିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, ବଜେଟ ବିଲ ପାସ ହେବା ପରେ ନୂଆ କାର୍ଡ କାର୍ଯ୍ୟକାରୀ ହେବ | ଯେ ପର୍ଯ୍ୟନ୍ତ ନୂଆ ଯୋଜନା କାର୍ଯ୍ୟକାରୀ ହୋଇନି ସେ ଯାଏ ବିଏସକେୱାଇ କାମ କରିବ |
ସୂଚନା ଥାଉ କି, ନୂଆ ସରକାର ଆସିଲେ ବିଏସକେୱାଇ ବନ୍ଦ ହୋଇଯିବ ବୋଲି ଶୁଣିବାକୁ ମିଳୁଥିଲା | ଏହାକୁ ନେଇ ବିଏସକେୱାଇ ଉପଭୋକ୍ତା ଚିନ୍ତାରେ ପଡ଼ିଥିଲେ | ତେବେ ନୂଆ ସରକାର ବିଏସକେୱାଇ ବନ୍ଦ ହେବ ନାହିଁ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ |
ନୂଆ ସରକାରଙ୍କ ବଜେଟରେ ବିଏସକେୱାଇ ବଦଳରେ ଆସିଥିଲା ଗୋପବନ୍ଧୁ ଜନ କଲ୍ୟାଣ ଯୋଜନା |
ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ କେବେଠୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
