ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି, ସେମାନେ ଆମର ଏହି ନୂଆ ଯୋଜନାରେ ସାମିଲ ହେବେ। ସେମାନେ ସମସ୍ତେ ଆମର ନୂଆ BSKY-ନବୀନ କାର୍ଡ ପାଇବେ। ସେମାନେ ମଧ୍ୟ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ।
ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଅଟେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ।
ମୋର ବିଶ୍ବାସ, BSKY-Naveen card ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୋଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ ପାଣ୍ଠିରୁ ବହନ କରିବେ।