ଏଥର ଏସିୟ କ୍ରୀଡାରେ ସମସ୍ତ ଭାରତୀୟ ଦଳ ନିଜର ଚମତ୍କାର ପ୍ରଦର୍ଶନ ସହ ବିଭିନ୍ନ ପ୍ରକାର ଇତିହାସ ମଧ୍ୟ ସୃଷ୍ଟି କରିଛି l ଭାରତର ସମସ୍ତ ଦଳ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଥିବାବେଳେ ଆଜି ଦଶମ ଦିନରେ ପ୍ରଥମ ପଦକ ଭାବରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । କେନୋ ଡବଲସରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ l
ଏସିୟ କ୍ରୀଡାର ଦଶମ ଦିନରେ ପୁରୁଷ ୧୦୦୦ ମିଟର କେନୋ ଡବଲସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଭାରତର ଅର୍ଜୁନ ସିଂହ ଏବଂ ସୁନୀଲ ସିଂହ ସଲାମ । ଏହି ବ୍ରୋଞ୍ଜ ପଦକ ସହ ଆଜି ଦିନର ପ୍ରଥମ ପଦକ ହାସଲ କରିଛି ଭାରତ । ତେବେ ଏହି ବ୍ରୋଞ୍ଜ ସହ ଭାରତର ମୋଟ ପଦକ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି ।