ଭାରତ କାନାଡ଼ା ବିବାଦରେ ଏବେ ଏଣ୍ଟ୍ରି କରିଛି ବ୍ରିଟେନ l ସୋମବାର ଦିନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖାଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ପଛରେ ଭାରତ ସରକାରଙ୍କ ହାତ ଥାଇପାରେ ଅଭିଯୋଗ କରିଛନ୍ତି l ତେଣୁ ଏହାକୁ ନେଇ ଏବେ ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲେଭର୍ଲି କାନାଡା-ଭାରତ ବିବାଦ ଉପରେ ମନ୍ତବ୍ୟ ଦେଇଛନ୍ତି ।
ବ୍ରିଟେନ ବୈଦେଶିକ ସଚିବ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ସମସ୍ତ ଦେଶ ଅନ୍ୟ ଦେଶର ସାର୍ବଭୌମତ୍ୱକୁ ସହିତ ସେମାନଙ୍କ ଆଇନକୁ ସମ୍ମାନ ଦେବା ଉଚିତ୍ । କାନାଡା ସଂସଦରେ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଆମେ କାନାଡା ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛୁ । ଏଠାରେ ସବୁଠାରୁ ବଡ ପ୍ରସଙ୍ଗ ହେଉଛି ସର୍ବପ୍ରଥମେ କାନାଡାର ଅନୁସନ୍ଧାନକାରୀ ସଂସ୍ଥା ଏହାର ଯାଞ୍ଚ କରିବା ଉଚିତ l ଏଥିସହ ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ମିଳିବା ଦରକାର l ତେଣୁ ତଦନ୍ତ ରିପୋର୍ଟ ବିନା ଏପରି ଭାବେ କାହା ସମ୍ପର୍କରେ ମନ୍ତବ୍ୟ ଦେବା ଅନୁଚିତ ବୋଲି ସେ କହିଛନ୍ତି ।