
ଅଭିଯୁକ୍ତ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ମିଳିଛି ବଡ ଧରଣର ଆଶ୍ବସ୍ତି।ଦିଲ୍ଲୀ ହାଇକୋର୍ଟର ନିର୍ଦେଶ ଅନୁଯାୟୀ ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିପାରିବ ନାହିଁ ଦିଲ୍ଲୀ ପୁଲିସ ।ନକଲି ଭିନ୍ନକ୍ଷମ ଏବଂ ଓବିସି ସାର୍ଟିଫିକେଟ ଦେବା ଅଭିଯୋଗରେ UPSC ପରୀକ୍ଷାରେ ଆସନ ସୁରକ୍ଷିତ ରଖିବା ଦେବା ଅଭିଯୋଗରେ ତାଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରାଯାଇଥିଲା।
କେବଳ ସେତିକି ନୁହେଁ ଏହାସହ ଭବିଷ୍ୟତରେ ପରୀକ୍ଷା ଦେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ।ପରବର୍ତ୍ତୀ ଶୁଣାଣିର ତାରିଖ ଅଗଷ୍ଟ ୨୧ ରହିଛି ।ବର୍ତ୍ତମାନ ସମୟରେ ତୁରନ୍ତ ଗିରଫଦାରୀର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ହାଇକୋର୍ଟ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ ।ପରବର୍ତ୍ତୀ ଶୁଣାଣି ପରେ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି।