
ବର୍ଷିଲିୟା:ବ୍ରାଜିଲରେ ଶନିବାର ହୋଇଯାଇଛି ଭୟଙ୍କର ବିମାନ ଦୁର୍ଘଟଣା | ବ୍ରାଜିଲର ସାଓ ପାଓଲ ନିକଟରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଦୁର୍ଘଟଣାରେ ୬୨ ଜଣଙ୍କର ମୃତ୍ୟୁ ଘଟିଛି | VoePass ଏୟାରଲାଇନ୍ସର ATR ୭୨-୫୦୦ ବିମାନ ବ୍ରାଜିଲର କାସ୍କାବେଲରୁ ସାଓ ପାଉଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଯାଉଥିଲା। ହେଲେ ଲକ୍ଷ୍ୟ ସ୍ଥଳରେ ପହଂଚିବା ପୂର୍ବରୁ ବିନୋଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏକ ଜନବସତି ଅଂଚଳରେ ପଡିଥିଲା |
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ତଳକୁ ଖସିବାର ଏହି ଦୃଶ୍ୟ ଖୁବ ଭୟଙ୍କର ଥିଲା | ବିମାନଟି ଘୁରି ଘୁରି ତଳେ ପଡିଥିଲା ଆଉ ତାପରେ ଜଳି ଯାଇଥିଲା | କ୍ରୁ ମେମ୍ବରଙ୍କୁ ମିଶାଇ ଏଥିରେ ଥିବା ୬୨ ଜଣ ଜୀବନ୍ତ ଜଳି ଯାଇଥିଲେ | ତେବେ ଜନବସତିପୂର୍ଣ ଜାଗା ହୋଇଥିଲେ ହେଁ, ଏହା ଏକ ଖାଲିଜାଗା ପଡିଥିଲା ଯଦ୍ୱାରା କୌଣସି ଧନଜୀବନ ନଷ୍ଟ ହୋଇନାହିଁ |
ତେବେ ଏହି ଘଟଣା ଭିତରେ ଏକ ହୃଦୟ ଭିଜେଇ ଦେବାପରି ଦୃଶ୍ୟ ସାମ୍ନାକୁ ଆସିଛି | ଦୁର୍ଘଟଣା ପରେ ଜଣେ ବ୍ୟକ୍ତି ଭୋ ଭୋ କାନ୍ଦୁଥିବା ଦେଖିବାକୁ ମିଳୁଛି | ବ୍ୟକ୍ତିଜଣଙ୍କ ନାଁ Adriano Assis | ସେ ବିମାନରେ ଯିବା ପାଇଁ ଟିକେଟ କିଣିଥିଲେ | କିନ୍ତୁ ଫ୍ଲାଇଟରେ ଯାଇ ପାରିନଥିଲେ |
ବ୍ରାଜିଲର ଏକ ଟିଭିକୁ ସାକ୍ଷାତ ଦେଇ ସେ କହିଛନ୍ତି,ଏୟାରଲାଇନର ଜଣେ କର୍ମଚାରୀ ଫ୍ଲାଇଟରେ ଯିବାକୁ ଦେଇ ନ ଥିଲେ | କାରଣ ଟଙ୍କାର ଆସିବାରେ ବିଳମ୍ବ ହୋଇଥିଲା | ଏନେଇ ବୋର୍ଡିଙ୍ଗ ଗେଟ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଝଗଡା ହୋଇଥିଲା | ତଥାପି ସେ ଫ୍ଲାଇଟରେ ଉଠିବାକୁ ଦେଇ ନଥିଲେ | ସେ ରାଗିକରି ସେଠାରୁ ପଳାଇ ଆସିଥିଲେ |
ହେଲେ ପରେ ବିମାନ ଦୁର୍ଘଟଣା ଖବର ଶୁଣି ସ୍ତବ୍ଦ ହୋଇ ଯାଇଥିଲେ ଏବଂ ଯେଉଁ ବ୍ୟକ୍ତି ଜଣକ ତାଙ୍କୁ ଯିବାକୁ ଦେଇ ନ ଥିଲେ ତାଙ୍କୁ ଅନେକ ଧନ୍ୟବାଦ ଦେଇଥିଲେ |
ଖାଲି Adriano Assis ନୁହନ୍ତି, ଆଉ ଜଣେ ଯାତ୍ରୀ ମଧ୍ୟ ଫ୍ଲାଇଟ ମିସ କରିଥିଲେ ଯାହା ଫଳରେ ତାଙ୍କର ଜୀବନ ବଂଚି ଯାଇଥିଲା |