Site icon UTKAL PRATIDIN

୬୨ଜୀବନ ନେଲା ବ୍ରାଜିଲର ଭୟଙ୍କର ବିମାନ ଦୁର୍ଘଟଣା

Brazil-Plane-Crash-1-1723242028

ବ୍ରାଜିଲରେ ଏକ ବଡ ଧରଣର ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ବ୍ରାଜିଲ୍‌ର ସାଓ ପଲୋରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଜନବସତି ଅଞ୍ଚଳରେ ବିମାନଟି ଖସିବା ପରେ ସମ୍ପୂର୍ଣ ଜଳିଯାଇଛି।ଏହି ବିମାନରେ ମୋଟା ୫୮ଜଣ ଯାତ୍ରୀ ଏବଂ ୪ଜଣ ବିମାନ କର୍ମଚାରୀ ଥିଲେ ।ସୂଚନା ମୁତାବକ ସମସ୍ତଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣା ପଡିଛି ।

ସୂଚନା ଅନୁଯାୟୀ, ବୋଏପାସ୍ ATR-72 ବିମାନଟି ଗତକାଲି ୧୧.୩୦ ସମୟରେ ଉଡାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ହଠାତ ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ମାତ୍ର ସାଓ ପାଓଲୋଠୁ ପ୍ରାୟ ୮୦ କିମି ପୂର୍ବରୁ ବିମାନଟି ବିନହେଡୋ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ବାରମ୍ବାର ବିମାନ ଦୁର୍ଘଟଣା ଯାତ୍ରୀଙ୍କୁ ଚିନ୍ତାରେ ପକେଇଛି।

Exit mobile version