Site icon UTKAL PRATIDIN

ଟ୍ରେନରେ ବୋମା ଆତଙ୍କ, ଭୟଭୀତ ଯାତ୍ରୀ

cbdad3bfedaddb935442cc24c3984ad75a54a8e45d743f75a103421ce70d8b24

ଗତ କିଛି ଦିନ ହେବ ରାଜ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣ ବଢ଼ିବାରେ ଲାଗିଛି ।ତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ଆଜି ସକାଳେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍। କିଛି ସଦିଗ୍ଧ ଆତଙ୍କବାଦୀ ବିସ୍ଫୋରକ ସାମଗ୍ରୀ ସହିତ ଟ୍ରେନରେ ଯାତ୍ରା କରୁଛନ୍ତି ନେଇ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସୂଚନା ମିଳିଥିଲା।

ଡିଟେକ୍ଟର ସାହାଯ୍ୟରେ ଟ୍ରେନରେ ଯାଞ୍ଚ କରାଯାଇଥିବା ବେଳେ ଟ୍ରେନରୁ କିଛି ବିସ୍ପୋରକ ସାମଗ୍ରୀ ମିଳିନଥିବା ସୂଚନା ମିଳିଛି ।ସେପଟେ ଏହି ଧମକ ନେଇ ଯାତ୍ରୀମାନେ ଭୟଭୀତ ହୋଇଥିଲେ ।ତେବେ କିଏ ଓ କାହିଁକି ସୋସିଆଲ ମିଡିଆରେ ‘X’ରେ ଏପରି ମିଛ ସୂଚନା ଦେଇଥିଲା ତାହା ଜଣାପଡ଼ିନାହିଁ। ରେଳ ବିଭାଗ ଘଟଣାର ତଦନ୍ତ ଜାରି ରଖିଛି ।

Exit mobile version