Site icon UTKAL PRATIDIN

ପୁଣି ବିମାନରେ ବୋମା

Akasa_Air__1729071061

ଗତ କିଛି ଦିନ ହେବ ବିମାନରେ ବୋମା ଧମକ ମିଳୁଛି ।ଗତ ତିନି ଦିନ ମଧ୍ୟରେ ୧୨ଟି ବିମାନକୁ ବୋମା ଧମକ ମିଳିଲାଣି। ଇଣ୍ଡିଗୋ ଏବଂ ଅକସା ଏୟାର ବିମାନକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି।ସୋମବାର ଦିଲ୍ଲୀ-ଚିକାଗୋ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଥିଲା। ସେହିପରି ମଙ୍ଗଳବାର ଡାମନ-ଲକ୍ଷ୍ନୌ ଇଣ୍ଡିଗୋ ବିମାନ, ଅଯୋଧ୍ୟା-ବେଙ୍ଗାଲୁରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଦରଭଙ୍ଗା-ମୁମ୍ବାଇ ସ୍ସାଇସଜେଟ୍, ବଗଦୋଗ୍ରା-ବେଙ୍ଗାଲୁରୁ ଅକସା ଏୟାର ଫ୍ଲାଇଟ୍, ଅମୃତସର-ଡେରାଡୁନ-ଦିଲ୍ଲୀ ଫ୍ଲାଇଟ୍ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ମଦୁରାଇ-ସିଙ୍ଗାପୁର ବିମାନକୁ ବୋମା ଧମକ ମିଳିଥିଲା।

ଗତକାଲି ମଧ୍ୟ ଏକ ଏୟାର ଇଣ୍ଡିଆ ବିମାନକୁ ଧମକ ମିଳିଥିଲା। ଏହି ବିମାନଟି ଦିଲ୍ଲୀରୁ ଚିକାଗୋ ଅଭିମୁଖେ ଯାଉ ଥିବାବେଳେ ଧମକ ମିଳିବା ପରେ କାନାଡାର ଏକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା।

Exit mobile version