
ମୁମ୍ବାଇରୁ କେରଳର ଥିରୁଅନନ୍ତପୁରମ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆର ବିମାନରେ ବୋମାଥିବା ପାଇଲଟଙ୍କୁ ଧମକ ମିଳିଥିଲା। ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଫୁଲ୍ ଏମର୍ଜେନ୍ସି ଘୋଷଣା କରାଯାଇଛି।ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇ ଆଇସୋଲେସନ ସ୍ଥାନରେ ରଖାଯାଇଛି। କ୍ରୁ ସଦସ୍ୟଙ୍କ ସମେତ ବିମାନରେ ମୋଟ ୧୩୫ ଯାତ୍ରୀ ଥିଲେ।
ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବିମାନ ବନ୍ଦରରେ ବିମାନଟି ପହଞ୍ଚିବା ପରେ ପାଇଲଟଙ୍କୁ ଆଜି ସକାଳ ୮ଟାରେ ଏହି ଧମକ ମିଳିଥିଲା।ତେବେ ବୋମା ଖବର ମିଳିବାରୁ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।ତେବେ କେଉଁଠୁ ବୋମା ଧମକ ଆସିଲା ଏବଂ କିଏ ଦେଲା ତାହାର ତଦନ୍ତ କରାଯାଉଛି ।