Site icon UTKAL PRATIDIN

ଭୁବନେଶ୍ୱରରେ ବିମାନ ବନ୍ଦରରେ ବୋମା,ଜରୁରୀ ଅବତରଣ କଲା ବିମାନ

bbsr-airport-750x426

ଗତ କିଛି ଦିନ ହେବ ବାରମ୍ବାର ବିମାନ ଦୁର୍ଘଟଣା ଘଟୁଛି । ବିମାନ ବନ୍ଦରରେ ପୁଣି ବୋମା ଆତଙ୍କ । ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ଜରୁରୀ ଅବତରଣ କରାଯାଇଛି ।

ତେବେ ଆଜିର ଏହି ବୋମା ଆତଙ୍କ ଥିବାନେଇ ବିମାନର ଜରୁରୀ ଅବତରଣ ପରେ ସୁରକ୍ଷାକର୍ମୀମାନେ ବିମାନର ଯାଞ୍ଚ କରିବା ଆରମ୍ଭ କରିଥିବାବେଳେ କୌଣସି ବୋମା ନଥିବା ଜଣାପଡିଛି । ଅନ୍ୟପଟେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିବା ମଧ୍ୟ ଜଣା ପଡିଛି ।

Exit mobile version