November 2, 2025

ସ୍ଵାସ୍ଥ୍ୟ ପାଇଁ ଦୈନିକ ଚାଲନ୍ତୁ ଏତିକି କିଲୋମିଟର…

ଭୁବନେଶ୍ଵର: ଚାଲିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଲିବା ଦ୍ବାରା ମନ ଓ ଶରୀରରେ ଉତ୍ସାହର ସଂଚାର ପ୍ରବାହ ହୋଇଥାଏ । ଏହାଦ୍ବାର ଆମ ଶରୀର ସକ୍ରିୟ ରହେ। ଆମ ପାଦର ସଂରଚନା ବେଶ୍‌ ଜଟିଳ। ଏଥିରେ 26ଟି ହାଡ, 107ଟି ଲିଗାମେଣ୍ଟସ୍‌, 37ଟି ଯୋଡ ରହିଛି। ଯାହା ଚାଲିବା ଦ୍ବାରା ସକ୍ରିୟ ହୋଇଥାଏ । ମିଳିଥିବା ଏକ ସର୍ଭେ ଅନୁସାରେ, ଜଣ ବ୍ୟକ୍ତି ନିୟମିତ ରୂପରେ ଚାଲିବା ଦ୍ବାରା ପ୍ରତିବର୍ଷ ନିଜ ଶରୀର ଉପରେ ରୋଗ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର 20ହଜାର ଟଙ୍କା ବଞ୍ଚାଇ ପାରିବ। ଅତୀତରେ ପ୍ରତ୍ୟେକ ବ୍ୟକ୍ତି ଦିନଚର୍ଯ୍ୟାରେ ଭ୍ରମଣ ବା ଚାଲିବାକୁ ସାମିଲ୍‌ କରୁଥିଲେ।

କ୍ୟାନ୍‌ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ପ୍ରତି ସପ୍ତାହରେ 3ରୁ 5 ଘଣ୍ଟା ପାଦରେ ଚାଲିବା ଦରକାର । ଏହା କରିବା ଦ୍ବାରା କ୍ୟାନ୍‌ସର ପୀଡ଼ିତଙ୍କ ଆୟୁ ସୀମା ବୃଦ୍ଧି ଘଟିଥାଏ। ସେହିପରି 1500 କ୍ୟାଲୋରୀ ଖାଦ୍ୟ ଗ୍ରହଣ କରୁଥିବା ମହିଳା ଦିନକୁ ଘଣ୍ଟାଟିଏ ଚାଲିବା ଆବଶ୍ୟକ। ଏହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ। ସେହିପରି ପ୍ରତି ସପ୍ତାହରେ 90 ମିନିଟ୍‌ ପର୍ଯ୍ୟନ୍ତ ଚାଲୁଥିବା ପ୍ରୋଟେଷ୍ଟ କ୍ୟାନ୍‌ସର ପୀଡ଼ିତଙ୍କ ଆୟୁରେ 50 ପ୍ରତିଶତ ବୃଦ୍ଧି ହୋଇଥାଏ । ସେହିପରି ସକାଳୁ ଚାଲିବା ଦ୍ବାରା ଶରୀରରେ ଭିଟାମିନ୍‌ ଡି ଓ କ୍ୟାଲସିୟମ୍‌ର ସ୍ତର ବଢିଥାଏ। ଯେଉଁ ବ୍ୟକ୍ତି ସପ୍ତାହର 6ରୁ 9 ମାଇଲ୍‌ ପର୍ଯ୍ୟନ୍ତ ଚାଲିଥାଏ, ତାଙ୍କୁ ଡିମୋସିଆ ରୋଗ ହେବାର ଆଶଙ୍କା କମ୍‌ ରହିଥାଏ । ପ୍ରତ୍ୟେକ ଦିନ ଅଧ ଘଣ୍ଟା ଚାଲୁଥିବା ବ୍ୟକ୍ତି ମାନସିକ ସୁସ୍ଥତା ସହ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ।

ଯେଉଁମାନେ ବ୍ଲଡପ୍ରେସରରେ ପୀଡ଼ିତ ଅଛନ୍ତି ସେମାନେ ନିୟମିତ ରୂପେ ଚାଲିବା ଆବଶ୍ୟକ । ଏହାଦ୍ବାରା କୋଲୋଷ୍ଟ୍ରୋଲ୍‌ ନିୟନ୍ତ୍ରଣରେ ରହିବା ସହିତ ଶରୀରରେ ରକ୍ତ ସଂଚାର ସୁଚାରୂରୂପେ ହୋଇଥାଏ । ସେହିପରି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ଏକପ୍ରକାର ମହୌଷଧି । ଆମ ଦେଶରେ ପ୍ରାୟ 62 ପ୍ରତିଶତ ଲୋକ ନିଷ୍କ୍ରିୟ ଜୀବନ ଅତିବାହିତ କରିଥାନ୍ତି, ଅର୍ଥାତ୍‌ ଶାରିରୀକ ପରିଶ୍ରମ କରନ୍ତି ନାହିଁ । ବୟସ ବଢିବା ସହିତ ଆମ ଶରୀରର ହାଡ଼ ଓ ମାଂସପେଶୀ ଦୁର୍ବଳ ହୋଇଥାଏ। ନିୟମିତ ଚାଲିବା ଦ୍ବାରା ଆମର ହାଡ଼ ଓ ମାଂସପେଶୀ ସୁଦୃଢ ହୋଇଥାଏ ।

ସେହିପରି ଚାଲିବା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ । ସେହିପରି ମୋଟାପାରୁ ମୁକ୍ତି ଦେଇଥାଏ। ନିୟମିତ ଅଧଘଣ୍ଟା ଚାଲିବା ଦ୍ବାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତିର ବୃଦ୍ଧି ହୋଇଥାଏ। ସେଥିପାଇଁ ଆମ ବ୍ୟସ୍ତ ଜୀବନଚର୍ଯ୍ୟା ମଧ୍ୟରୁ ସବୁଦିନ କିଛି କିଛି ସମୟ ଚାଲିବା ଆରମ୍ଭ କରନ୍ତୁ । ଚାଲିବା ସହି କିଛି ଶାରିରୀକ ପରିଶ୍ରମ ମଧ୍ୟ କରିବା ଜରୁରୀ । ଚାଲନ୍ତୁ, ସୁସ୍ଥ ରୁହନ୍ତୁ ।

ମାଲାମାଲ୍ ହେବେ ଏହି ରାଶିର ଲୋକେ, ସାବିତ୍ରୀ ବ୍ରତରେ ଖୋଲିବ ଭାଗ୍ୟ

ଭୁବନେଶ୍ଵର: ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ଏବଂ ଖୁସି ପାଇଁ ପ୍ରାର୍ଥନା କରିବା ପାଇଁ ପ୍ରତିବର୍ଷ ସାବିତ୍ରୀ ଉପବାସ ପାଳନ କରନ୍ତି। ଏହି ଉପବାସ ପ୍ରଥମେ ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କ ପାଇଁ ପାଳନ କରିଥିଲେ। ସାବିତ୍ରୀ ନିଜ ଭକ୍ତି ଏବଂ ଚତୁରତା ବଳରେ ଯମରାଜଙ୍କଠାରୁ ତାଙ୍କ ସ୍ୱାମୀଙ୍କ ଜୀବନ ଫେରାଇ ଆଣିଥିଲେ। ସମସ୍ତ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ଭୋକ ଓ ତୃଷାର୍ତ୍ତ ରହି ଉପବାସ ରଖନ୍ତି।

ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ସାବିତ୍ରୀ ଉପବାସ ପାଳନ କରାଯାଏ। ଏଥର ଅମାବାସ୍ୟା ଦୁଇ ଦିନ ପାଇଁ ହେଉଥିବାରୁ, ଉପବାସକୁ ନେଇ ଦ୍ୱନ୍ଦ୍ୱ ରହିଛି। ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି ୨୬ ମେ ଦିନ ୧୨ ଟା ୧୧ ସମୟରେ ଆରମ୍ଭ ହେବ ଏବଂ ଜ୍ୟେଷ୍ଠ ତିଥି ୨୭ ମେ ସକାଳ ୮ଟା ୩୧ ସମୟରେ ଶେଷ ହେବ। ଶାସ୍ତ୍ରୀୟ ନିୟମ ଅନୁସାରେ, ଯେତେବେଳେ ଜ୍ୟେଷ୍ଠ ଅମାବାସ୍ୟା ତିଥି ଅପରାହ୍ନ ସମୟରେ ପଡ଼େ, ସେତେବେଳେ ସାବିତ୍ରୀ ବ୍ରତ ପାଳନ କରିବା ଉପଯୁକ୍ତ। ଏପରି ପରିସ୍ଥିତିରେ, କେବଳ ୨୬ ମେରେ ସାବିତ୍ରୀ ଉପବାସ ପାଳନ କରାଯିବ। 

ସେହିପରି ଏହିଦିନରୁ ସାବିତ୍ରୀ ବ୍ରତରେ କୁମ୍ଭ ରାଶିର ଲୋକଙ୍କୁ ଭାଗ୍ୟ ଏବଂ ସଫଳତା ମିଳିବାର ଆଶା କରାଯାଉଛି, ଏହା ସହିତ ମେଷ ରାଶିର ଲୋକମାନେ ମଧ୍ୟ ଏହି ବ୍ରତରୁ ଲାଭ ପାଇପାରିବେ। କୁମ୍ଭ ରାଶି ଗଜକେଶରୀ ଯୋଗ ଦ୍ୱାରା ପ୍ରଭାବିତ ହୋଇପାରେ, ଯାହା ହେତୁ କଠିନ ପରିଶ୍ରମର ଫଳ ମିଳିବ ଏବଂ ଚାକିରିରେ ସମସ୍ୟାର ସମାଧାନ ହେବ। ମେଷ ରାଶି ପାଇଁ, ଉପବାସର ଦୁଇ ଦିନ ପୂର୍ବରୁ ଶୁଭ ଯୋଗ ସୃଷ୍ଟି ହୋଇପାରେ, ଯାହା ମେଷ ରାଶିର ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇପାରେ।

କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ଗଜକେଶରୀ ଯୋଗ ହେତୁ ନିଦ୍ରାଗ୍ରସ୍ତ ଭାଗ୍ୟ ଜାଗ୍ରତ ହେବାର ସମ୍ଭାବନା ଅଛି। ସେହିପରି କଠିନ ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ଆପଣ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଶେଷ ହୋଇଯିବ । ପରିବାରରେ ଆପଣଙ୍କ ପିଲାମାନଙ୍କଠାରୁ ଆପଣଙ୍କୁ ଶୁଭ ଖବର ମିଳିବ । ସେହିପରି ସାବିତ୍ରୀ ବ୍ରତର ଦୁଇ ଦିନ ପୂର୍ବରୁ ଶୁଭ ଯୋଗ ସୃଷ୍ଟି ହୋଇପାରେ, ଯାହା ମେଷ ରାଶିର ଲୋକଙ୍କୁ ମଧ୍ୟ ଲାଭ ଦେଇପାରେ । ସାବିତ୍ରୀ ବ୍ରତ ସମୟରେ ଅନ୍ୟ ରାଶି ପାଇଁ ମଧ୍ୟ ସକାରାତ୍ମକ ଫଳାଫଳ ଦେଖାଯାଇପାରେ। ଏହି ବ୍ରତରେ ବଟବୃକ୍ଷ ପୂଜା କରିବା ଏବଂ ସାବିତ୍ରୀଙ୍କ କାହାଣୀ ଶୁଣିବା ଶୁଭ ବୋଲି ବିବେଚନା କରାଯାଏ।

ବଢିଲା ବାତ୍ୟା ଚିନ୍ତା, ଆଗ ପଛ ହୋଇ ଆସୁଛି ଲଘୁଚାପ

ଭୁବନେଶ୍ଵର: ରାଜ୍ୟରେ ଲଘୁଚାପ ଭୟ। ଏବେ କାଳବୈଶାଖୀର ପ୍ରଭାବ ଓଡ଼ିଶା ଉପରେ ଥିବା ବେଳେ, ମେ ଶେଷ ସପ୍ତାହ ବେଳକୁ ଏକା ସାଙ୍ଗରେ ୨ଟି ଲଘୁଚାପ ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗର ଓ ଆରବସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏକା ସାଙ୍ଗରେ ଆସୁଛି ଦୁଇ ଦୁଇଟି  ଲଘୁଚାପ ।

ମେ’ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି । ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି । ମେ’ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ  । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ମେ’ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେବ । 

ଏପଟେ ମେ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।ରାଜ୍ୟରେ ବର୍ତ୍ତମାନ ଗରମ ଗୁଳୁଗୁଳି ଜାରି ରହିଛି । ଉପକୂଳବର୍ତ୍ତୀ  ଜିଲ୍ଲା ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ, ଗଜପତିରେ ଗରମ ଗୁଳୁଗୁଳିକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ପାଇଁ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କାଳବୈଶାଖି ପ୍ରଭାବରେ ଘଡ଼ଘଡି଼ ସହିତ ଅଧିକ ବର୍ଷା ହୋଇପାରେ। ୫୦ ରୁ ୬୦ କିମି ବେଗରେ ପବନ ବହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ମିଳିଛି। 

ସେପଟେ ଆଗାମୀ ୨ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁପାରେ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୧୯ ମଇରେ ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ ଏବଂ କୋମୋରିନ୍ ଅଞ୍ଚଳ, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଂଶକୁ ଅଗ୍ରସର ହୋଇଛି। 

ଆଉ ମାତ୍ର ଦୁଇ ଦିନ, ପ୍ରକାଶ ପାଇବ +୨ ପରିକ୍ଷା ଫଳ

ଭୁବନେଶ୍ଵର: ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଦିନେ କି ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ରେଜଲ୍ଟ। ସେଥିପାଇଁ ପିଲାମାନେ ବ୍ୟସ୍ତ ହୁଅ ନାହିଁ। ଯେତିକି ଦିନ ବିଳମ୍ୱ ହେଲା, ଆଉ କିନ୍ତୁ ବିଳମ୍ୱ ହେବ ନାହିଁ ବୋଲି ପରୀକ୍ଷାର୍ଥୀଙ୍କୁ ପ୍ରତିଶୃତି ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ରେଜଲ୍ଟ । ଆଉ ବିଳମ୍ୱ ହେବନି। ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହାସହ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେହେତୁ ଆଜି ଯୁକ୍ତ-୩ ଆବେଦନର ଶେଷ ତାରିଖ। ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି ପାଇଁ ନିବେଦନ କରିବୁ। ବଢ଼ିବ +୩ ପାଇଁ ନାମଲେଖା ଆବେଦନ ଅବଧି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥାହେଲେ ଗଣଶିକ୍ଷା ମନ୍ତ୍ରୀ। ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଆଲୋଚନା କଲେ।

ସୂଚନା ଯୋଗ୍ୟ, ମାର୍ଚ୍ଚ ୨୮ରେ ଯୁକ୍ତ ୨ ପରୀକ୍ଷା ଶେଷ ହୋଇଛି।  ଏଥିରେ ରାଜ୍ୟର ୩ ଲକ୍ଷ ୯୩ ହଜାର ୬୧୮ ଜଣ ପିଲା ପରୀକ୍ଷା ଦେଇଛନ୍ତି। ଏପ୍ରିଲ୍ ୨ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଛି। ୨ଟି ପର୍ଯ୍ୟାୟରେ ଖାତା ଦେଖା ହୋଇଛି। ଖାତାଦେଖା ସରିଥିବା ବେଳେ ରେଜଲ୍ଟ ପ୍ରକାଶ ପାଇଁ ଥିବା ଆନୁସଙ୍ଗିକ ସମସ୍ତ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତା ପରେ ରେଜଲ୍ଟ ପ୍ରକାଶ ପାଇବ। ମଇ ୧୫ ରୁ ୨୦ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖାତା ଦେଖାରେ କିଛି ସ୍ଥାନରେ ସମସ୍ୟା ଦେଖାଦେଇଥିଲା।ଯାହାଫଳରେ ପରୀକ୍ଷା ଫଳ ବିଳମ୍ବ ହୋଇଥିବା ଚର୍ଚ୍ଚା ହେଉଛି। କହିରଖୁଛୁ ଯେ, ଏକକାଳୀନ ଭାବେ ସମସ୍ତ ଷ୍ଟ୍ରିମ୍ ର ରେଜଲ୍ଟ ପ୍ରକାଶ ପାଇବ।  

ଦେଶକୁ ଫେରିଲା କରୋନା!, ପୁଣି ନେଲା ୨ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଭାଇରସ୍… ଏହି ନାଁ ଶୁଣିଲେ ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କ ଲୋମ ଟାଙ୍କୁରି ଉଠିବ । କାରଣ କରୋନା ଏମିତି ଏକ ଭାଇରସ୍, ଯାହା କେବଳ ଆମକୁ ଦୋହଲାଇଦେଇନି, ଆମ ଜୀବନଶୈଳୀକୁ ମଧ୍ୟ ପରିବର୍ତ୍ତନ କରିଦେଇଛି । ଏହି ଭାଇରସ୍ କେତେ ଭଉଣୀଙ୍କ ଠାରୁ ତାଙ୍କ ଭାଇଙ୍କୁ ଛଡ଼ାଇ ନେଇଛି ତ କେତେ ଭାଇଙ୍କ ଠାରୁ ତାଙ୍କ ଭଉଣୀଙ୍କୁ ଅଲଗା କରିଦେଇଛି । ଏହି ଭାଇରସ୍ କେତେ ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ଲିଭାଇ ଦେଇଛି ତ କେତେ ମା’ଙ୍କ କୋଳରୁ ତାଙ୍କ ପୁଅକୁ ଛଡ଼ାଇନେଇଛି । ହଠାତ୍ ଏମିତି ଏକ ଭୟଙ୍କର ଭାଇରସ୍ ଆମ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇଦେବ, ତାହା କେହି କେବେ ଭାବିନଥିଲେ । ଯଦିଓ ଆମେ ଏହାକୁ ଦୃଢତାର ସହ ମୁକାବିଲା କରିଛୁ, ତଥାପି ଏବେ ବି ତାର କରାଳ ରୂପ ଆମ ମାନସପଟ୍ଟରେ ଖେଳିଯାଉଛି । ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସାରା ବିଶ୍ବରେ ତାଣ୍ଡବ ରଚାଇଥିବା କରୋନା ଏକ ମହାମାରୀରେ ପରିଣତ ହୋଇଛି। ଯାହା ଏବେ ବି ଦୁନିଆରୁ ଲୋପ ପାଇନାହିଁ । ଯେଉଁମାନେ ଭାବୁଛନ୍ତି ଯେ, କରୋନା ସବୁଦିନ ପାଇଁ ଚାଲିଗଲା, ସେମାନଙ୍କ ପାଇଁ ଏହା ଏକ ଚିନ୍ତାଜନକ ପରିସ୍ଥିତି।

କୋଭିଡ 19ର ନୂଆ ଭେରିଆଣ୍ଟ ଜେଏନ୍-ଡଟ୍-ଓ୍ୱାନ୍ ନେଲା ୨ ଜୀବନ। ତାହା ପୁଣି ଭାରତରେ। ଯାହାକୁ ନେଇ ପୁଣିଥରେ ଦେଶରେ ଭୟ ବଢ଼ିଲାଣି। ଏବେସୁଦ୍ଧା ଭାରତରେ ୨୫୭ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ, ମୁମ୍ୱାଇରେ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ବିଗତ ଦିନରେ କରୋନାର ଭୟଙ୍କର ରୂପ ସମସ୍ତେ ଦେଖିଛନ୍ତି। ଆଉ ଏବେ ପୁଣିଥରେ ସେହି ଭୟ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି। କାରଣ ପୁଣିଥରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଆରମ୍ଭ ହୋଇଛି। ଯଦି ଦେଖିବା ମୁମ୍ୱାଇରେ ଯେଉଁ ୨ ଜଣଙ୍କର ମୃତ୍ୟୁ ହୋଇଛି ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କେଇଏମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ୨ ଆକ୍ରାନ୍ତ। ୨ ରୋଗୀ ଗୁରୁତର ରୋଗରେ ପୀଡ଼ିତ ଥିଲେ। ଜଣେ ରୋଗୀ ମୁଖ ଗହ୍ୱର କର୍କଟରେ ଆକ୍ରାନ୍ତ ଥିଲେ। ଅନ୍ୟ ଜଣେ କିଡନୀ ଜନିତ ରୋଗରେ ପୀଡିତ ଥିଲେ।

ସିଙ୍ଗାପୁର, ମାଲେସିଆ ଓ କିଛି ଦକ୍ଷିଣ ଦେଶରେ ଏବେ ତାଣ୍ଡବ ରଚୁଛି ଏହି ମୃତ୍ୟୁର ଭୂତାଣୁ । ଏହାସହ ଆଜି ଆମ ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯେଉଁ ସୂଚନା ଦେଇଛି ତାହା ଦେଶବାସୀଙ୍କୁ ପୁଣି ଥରେ ୨୦୨୦ ମସିହାରେ ଆରମ୍ଭ ହୋଇଥିବା କରୋନାର ତାଣ୍ଡବ ଲୀଳାକୁ ମନେ ପକାଇ ଦେଇଛି ।  ୨ ମୃତକଙ୍କ ମଧ୍ୟରେ ଜଣେ ୫୮ ବର୍ଷୀୟ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେ କର୍କଟ ରୋଗରେ ପୀଡିତ ଥିଲେ । ଆଉ ଜଣେ ୧୩ ବର୍ଷୀୟ ନାବାଳିକା କିଡ୍‌ନୀ ରୋଗ ରୋଗରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି । ସିଙ୍ଗାପୁରରେ କରୋନାର ଯେଉଁ ମାମଲା ଦେଖାଯାଇଛି, ତାହା ଏଲଏଫ.୭ ଓ ଏନବି.୧ ପ୍ରକରଣ । ଏହି ପ୍ରକରଣ ଜେଏନ୍‌.୧ ସହ ଜଡିତ ।ଭାରତରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମତିଙ୍କ ଠାରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । 

ବେଙ୍ଗାଲୁରୁ ବର୍ଷା ବିତ୍ପାତ; ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ଅଦିନିଆ ବର୍ଷାରେ ବେହାଲ ବେଙ୍ଗାଲୁରୁ । ଚାରିଆଡେ ପାଣି ପାଣି ଆଉ ପାଣି । ପ୍ରବଳ ବର୍ଷା ଫଳରେ ବେଙ୍ଗାଲୁରୁରେ ଅଦିନିଆ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତ ରବିବାର ରାତିରୁ ବର୍ଷା ଢାଳୁଛି ଯେ ଢାଳୁଛି । ଦୀର୍ଘ ୨ ଦିନ ଧରି ଲଗାଣ ବର୍ଷା କାରଣରୁ ବୁଡିଛି ସହର, ବେହାଲ ହୋଇଛି ବେଙ୍ଗାଲୁରୁ । ସ୍ଥାନେ ସ୍ଥାନେ ଜମିଛି ବର୍ଷା ପାଣି, ରାସ୍ତା ନଦୀ ପରି ଲାଗୁଛି । କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ସେହିପରି, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଗତ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଭାରତର ପ୍ରମୁଖ ସହର ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁରେ ଅରାଜକତାକୁ ପ୍ରକାଶ କରିଛି। ବେଙ୍ଗାଲୁରୁର ଅନେକ ସ୍ଥାନରେ ପାଣି ଜମି ରହିଛି ଏବଂ ଅନେକ ଘରେ ପାଣି ପଶିଛି, ଯାହା ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ଗଛ ଉପୁଡ଼ି ଯାନବାହାନ ଉପରେ ପଡ଼ିଛି। ଅନେକ ସ୍ଥାନରେ ପାଣି ଜମି ରହିଛି। ଭାରୀ ଯାତାୟାତ ପାଇଁ ପୂର୍ବରୁ କୁଖ୍ୟାତ, ବେଙ୍ଗାଲୁରୁ ଜଳବନ୍ଦୀ ଯୋଗୁଁ ଆହୁରି ସମସ୍ୟାର ସମ୍ମୁଖୀନ ହେଉଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ଦୁଇ ଦିନ ବେଙ୍ଗାଲୁରୁ ଏବଂ ଏହାର ଆଖାପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

HSR ଲେଆଟଉଟ, ସିଲ୍କ ବୋର୍ଡ, କୋରମଙ୍ଗଳା, କେ ଆର ପୁରମ ସମେତ ବିଭିନ୍ନ ସ୍ଥାନରେ ବୁଡ଼ି ରହିଛି ରାସ୍ତାଘାଟ । ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଲାଣି । ଶହଶହ ଘର ଜଳବନ୍ଦୀ । ୨୦ରୁ ଊର୍ଦ୍ଧ୍ବ ହ୍ରଦରେ ବନ୍ୟା ସୃଷ୍ଟି ହୋଇଛି । ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ପାଇଁ ପହଞ୍ଚିଛନ୍ତି ଏନଡିଆରଏଫ ଟିମ । ଦକ୍ଷିଣ ପୂର୍ବ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ପାଣି ନିଷ୍କାସନ କରିବା ସମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସକାଳେ ଜଣେ ମହିଳାଙ୍କର ଜୀବନ ଚାଲିଯାଇଛି । ଫଳରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ମୃତକମାନେ ହେଉଛନ୍ତି ମନମୋହନ କାମଥ (୬୩) ଏବଂ ଦିନେଶ (୧୨), ଶଶିକଳା(୩୫) । ଉଭୟ ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ମହାଭାରତ ଯୁଦ୍ଧ ସମୟରେ ପ୍ରତିଦିନ ବାଦାମ ଖାଉଥିଲେ ଭଗବାନ୍ ଶ୍ରୀକୃଷ୍ଣ: ଜାଣନ୍ତୁ ଏହା ପଛର ରହସ୍ୟ 

ଭୁବନେଶ୍ଵର: ମହାଭାରତ ଯୁଦ୍ଧ ଶେଷ ହେବାର ବହୁ ବର୍ଷ ବିତିଯାଇଥିଲେ ସୁଦ୍ଧା ସେତେବେଳେର କିଛି ଘଟଣା ଏବେ ବି ରହସ୍ୟ ହୋଇରହିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଜିଜ୍ଞାସା ରହିଛି । ୧୮ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ବହୁ ଯୋଦ୍ଧା ଧର୍ମ ଅଧର୍ମ ନାଁରେ ଭାଗ ନେଇଥିଲେ । ଭଗବାନ ଶ୍ରୀକୃଷ୍ଣ ଏହି ମହାଯୁଦ୍ଧରେ ଏଭଳି ଅନେକ ଲୀଳା ରଚିଛନ୍ତି ଯାହା ଆଜି ବି ରହସ୍ୟ ହୋଇରହିଯାଇଛି ।

ସେମିତି ହିଁ ଏକ ଲୀଳା ହେଉଛି ଯୁଦ୍ଧ ଦିନମାନଙ୍କରେ ପ୍ରତିଦିନ ସକାଳେ ବାଦାମ୍ ଖାଇବା । ଏହି ରହସ୍ୟକୁ କେବଳ ଜଣେ ହିଁ ବ୍ୟକ୍ତି ଜଣାଥିଲେ ସେ ହେଉଛନ୍ତି ଉଡୁପି ରାଜା । ତେବେ ଆସନ୍ତୁ ଜାଣିବା କ’ଣ ରହିଥିଲା ଏହାର କାରଣ । ପ୍ରଚଳିତ କଥା ଅନୁସାରେ ଯେତେବେଳେ ମହାଭାରତ ଯୁଦ୍ଧର ଘୋଷଣା ହୋଇଥିଲା ସେତେବେଳେ ସମସ୍ତ ରାଜ୍ୟର ରାଜା ନିଜ ଇଚ୍ଛା ଅନୁଯାୟୀ କୌରବ ଏବଂ ପାଣ୍ଡବଙ୍କ ପକ୍ଷରେ ଯୋଗ ଦେଇଥିଲେ । କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ରାଜା ଥିଲେ ଯିଏ କୌଣସି ପକ୍ଷରେ ସାମିଲ ହୋଇନଥିଲେ, ସେ ହେଉଛନ୍ତି ଉଡୁପି ରାଜା । କିନ୍ତୁ ଯୁଦ୍ଧରେ ସାମିଲ ହୋଇଥିବା ଯୋଦ୍ଧାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତିର ଦାୟିତ୍ୱ ନେଇଥିଲେ ଉଡୁପି ।

କିନ୍ତୁ ପ୍ରତିଦିନ ସେ କେତେ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ରହୁଥିଲେ । କାହିଁକି ନା ପ୍ରତିଦିନ କେହି ନା କେହି ଯୋଦ୍ଧା ଶହୀଦ ହେଉଥିଲେ । ଯଦି ଖାଦ୍ୟ କମ୍ ହେଲା ଯୋଦ୍ଧା ଭୋକରେ ରହିବେ ଓ ଖାଦ୍ୟ ଅଧିକ ହେଲେ ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ ହେବ । ଶ୍ରୀକୃଷ୍ଣ ଉଡ଼ୁପିଙ୍କ ସମସ୍ୟାକୁ ବୁଝିଥିଲେ ଏବଂ ଏହାର ସମାଧାନ ବାହାର କରିଥିଲେ । ସେ କହିଥିଲେ ମୁଁ ଯେଉଁଦିନ ଯେତେଟି ବାଦାମ ଖାଇବି ସେତେ ହଜାର ସୈନିକଙ୍କ ମୃତ୍ୟୁ ହେବ । ଭଗବାନ ଶ୍ରୀକୃଷ୍ଣଙ୍କ ଏହି ରହସ୍ୟ ଉଡୁପି ରାଜାଙ୍କ ବ୍ୟତିତ ଅନ୍ୟ କେହି ଜାଣିନଥିଲେ ।

ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଭୁବନେଶ୍ଵର: ପୁଣି ଉପର ମୁହାଁ ସୁନା ଦର । ଦର ଦାମ୍ ଶୁଣି ମୁଣ୍ଡରେ ହାତ ଦେଲେଣି ଗ୍ରାହକ । ଏମିତି ବେଗରେ ବଢି ଚାଲିଲେ ମାତ୍ର ଦୁଇ ଦିନରେ ପୁଣି ଲକ୍ଷେ ଛୁଇଁବ ସୁନା । ଗତ ସପ୍ତାହରେ ସୁନା ମୂଲ୍ୟରେ ପ୍ରାୟ ଚାରି ପ୍ରତିଶତ ହ୍ରାସ ପରେ, ଆଜି ପ୍ରାରମ୍ଭିକ ବାଣିଜ୍ୟ ସମୟରେ ଏହାର ମୂଲ୍ୟ ବୃଦ୍ଧି ପାଇଥିଲା।

ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୮୭,୨୦୦ ଟଙ୍କାରେ କାରବାର ହେଉଛି, ଯେତେବେଳେ ୨୪ କ୍ୟାରେଟ୍ ସୁନା ୯୫,୧୩୦ ଟଙ୍କାରେ ବିକ୍ରି ହେଉଛି। ତଥାପି, ମୁମ୍ବାଇରେ ରୂପା ୧୦୦ ଟଙ୍କା ହ୍ରାସ ପାଇ ୯୬,୯୦୦ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେଉଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ପ୍ରତି ଦଶ ଗ୍ରାମ ୦.୬୫ ପ୍ରତିଶତ ବୃଦ୍ଧି ପାଇ ୯୩,୦୪୨ ଟଙ୍କାରେ ବିକ୍ରି ହେଉଛି, ଯେତେବେଳେ ରୂପା ମଧ୍ୟ ୦.୨୬ ପ୍ରତିଶତ ବୃଦ୍ଧି ପାଇ ୯୫,୫୭୦ ଟଙ୍କାରେ ବିକ୍ରି ହେଉଛି।

ବିଶ୍ୱ ବଜାର ବିଷୟରେ କହିବାକୁ ଗଲେ, ସୁନାର ମୂଲ୍ୟ ପ୍ରାୟ ଗୋଟିଏ ପ୍ରତିଶତ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ଆମେରିକୀୟ ଡଲାରର ଦୁର୍ବଳତା। ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସାଣ୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କକୁ ଦୋହରାଇବା ପରେ ବାଣିଜ୍ୟ ଉତ୍ତେଜନା ହ୍ରାସ ପାଇବା ମଧ୍ୟରେ ନିବେଶକଙ୍କ ସୁନା ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଏହା ଉଲ୍ଲେଖନୀୟ ଯେ ମାନ୍ଦାବସ୍ଥା ଏବଂ ବିଶ୍ୱ ଆର୍ଥିକ ଅନିଶ୍ଚିତତାର ଭୟ ଯୋଗୁଁ, ନିରନ୍ତର ବୃଦ୍ଧି ପାଉଥିବା ସୁନାର ମୂଲ୍ୟ ୨୩ ଏପ୍ରିଲରେ ୧ ଲକ୍ଷ ଟଙ୍କାର ଐତିହାସିକ ସ୍ତର ଅତିକ୍ରମ କରିଥିଲା।

ଗୁପ୍ତ ମିଶନରେ ସାମିଲ ଥିଲେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା, କରୁଥିଲେ କୋଟି କୋଟି ଟଙ୍କା ରୋଜଗାର

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ଗିରଫ ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ହରିୟାଣା ପୁଲିସ । ହିସାର ଏସପି ପ୍ରେସମିଟ୍ କରି ଜ୍ୟୋତିଙ୍କ ସମ୍ପର୍କରେ ଅନେକ ଖୁଲାସା କରିଛନ୍ତି । ପାକିସ୍ତାନର ଅନେକ ବଡ଼ ବଡ଼ିଆଙ୍କ ସହ ଜ୍ୟୋତି ମାଲହୋତ୍ରାଙ୍କର ବସାଉଠା ଓ ଘନିଷ୍ଠ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି । ଆଜି ହିସାର ଏସପି ଶଶାଙ୍କ କୁମାର ସାୱନ କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀ ଆକ୍ରମଣ ସମୟରେ ଜ୍ୟୋତି ପାକିସ୍ତାନ ହାଇକମିଶନର ଦାନିଶଙ୍କ ସହ ଯୋଗାଯୋଗରେ ଥିଲେ।

ସେ କହିଛନ୍ତି ଯେ, ହରିୟାଣା ପୋଲିସକୁ କେନ୍ଦ୍ରୀୟ ଏଜେନ୍ସିରୁ ଇନପୁଟ୍ ମିଳିଥିଲା, ଯାହା ଆଧାରରେ ଆମେ ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିଥିଲୁ। ସେ ଅନେକ ଥର ପାକିସ୍ତାନ ଯାଇଛନ୍ତି, ଏବଂ ଚୀନ ମଧ୍ୟ ଯାଇଛନ୍ତି। ବର୍ତ୍ତମାନ ତାଙ୍କୁ ୫ ଦିନିଆ ରିମାଣ୍ଡରେ ରଖାଯାଇଛି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଅନୁସାରେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ୩ ମାସ ପୂର୍ବରୁ ସେ ଶ୍ରୀନଗର ଯାଇଥିଲେ। ଏହି ସମୟରେ ସେ ପହଲଗାମ ମଧ୍ୟ ପରିଦର୍ଶନ କରିଥିଲେ। ପୋଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି। ପୋଲିସ ଅଧିକାରୀ କହିଛନ୍ତି ଯେ, ସେମାନେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସହିତ ଯୋଗାଯୋଗରେ ଅଛନ୍ତି। ପୋଲିସ ଅଧିକାରୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ସାମ୍ପ୍ରତିକ ଭାରତ-ପାକିସ୍ତାନ ବିବାଦ ସମୟରେ ମଧ୍ୟ ଜ୍ୟୋତି ମାଲହୋତ୍ରା ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ। ଭାରତର ଅପରେସନ ସିନ୍ଦୂର ପରେ ଏହି ଉତ୍ତେଜନା ବୃଦ୍ଧି ପାଇଥିଲା। କେବଳ ଏତିକି ନୁହେଁ, ପହଲଗାମ ଆକ୍ରମଣ ପୂର୍ବରୁ ସେ ପାକିସ୍ତାନରେ ଥିଲେ ଏବଂ ଯଦି ଏ ସମ୍ପର୍କରେ କୌଣସି ସମ୍ପର୍କ ଅଛି, ତେବେ ଏହାକୁ ଜାଣିବା ପାଇଁ ତଦନ୍ତ କରାଯାଉଛି।

ଜ୍ୟୋତି ମାଲହୋତ୍ରା ହରିୟାଣାର ହିସାରରେ ରହୁଥିବା ଏକ ସାଧାରଣ ପରିବାରର ଝିଅ। ତାଙ୍କ ବାପା ହରିଶ ମାଲହୋତ୍ରା ବିଦ୍ୟୁତ୍ ନିଗମରୁ ଅବସରପ୍ରାପ୍ତ ଏବଂ ହିସାରରେ ତାଙ୍କ ଘରେ ରୁହନ୍ତି। ସେ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ପାଇଛନ୍ତି। ଏହି ଛାଡପତ୍ର ଯୋଗୁଁ, ତାଙ୍କ ଝିଅ ଜ୍ୟୋତି ମାଲହୋତ୍ରା ବିଏ ସମାପ୍ତ କରିବା ପରେ ଘର ଛାଡି ଗୁରୁଗ୍ରାମର ଏକ କମ୍ପାନୀରେ ରିସେପ୍ସନିଷ୍ଟ ଭାବରେ କାମ କରିବା ଆରମ୍ଭ କରିଥିଲେ। କରୋନା ଯୋଗୁଁ ଲକଡାଉନ୍ ସମୟରେ ସେ ଘରକୁ ଫେରି ଆସିଥିଲେ କିନ୍ତୁ ଜଣେ YouTuber ହୋଇଗଲେ। ଏହି ସମୟରେ, ସେ ପାକିସ୍ତାନୀ ହାଇ କମିଶନରେ ନିଯୁକ୍ତ ଦାନିଶଙ୍କ ସଂସ୍ପର୍ଶରେ ଆସିଲେ। ଦାନିଶଙ୍କ ମାଧ୍ୟମରେ ସେ ନୱାଜ ସରିଫଙ୍କ ଝିଅ ମରିୟମ ଏବଂ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ଶାକିର ରାଣାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଜ୍ୟୋତିଙ୍କୁ ଗୁପ୍ତଚର ତାଲିମ ଦେଇଥିଲେ ଶାକିର ରାଣା।

ଜ୍ୟୋତି ମାଲହୋତ୍ରା ହରିୟାଣାର ହିସାରର ଜଣେ ପ୍ରସିଦ୍ଧ ଟ୍ରାଭେଲ ବ୍ଲଗର୍‌ ଏବଂ YouTuber। ତାଙ୍କର ୟୁଟ୍ୟୁବ ଚ୍ୟାନେଲ ’ଟ୍ରାଭେଲ ୱିଥ ଜୋ’ର ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି, ଯେଉଁଠାରେ ସେ ଭାରତ, ପାକିସ୍ତାନ ଏବଂ ଅନ୍ୟାନ୍ୟ ଦେଶ ଭ୍ରମଣ ସହିତ ଜଡିତ ଭିଡିଓ ପୋଷ୍ଟ କରୁଥିଲେ। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଥିଲେ ଏବଂ ଏଠାରୁ ମଧ୍ୟ ସେ ଭଲ ଟଙ୍କା ରୋଜଗାର କରୁଥିଲେ। ଜ୍ୟୋତି ମାଲହୋତ୍ରା ୟୁଟ୍ୟୁବ ବିଜ୍ଞାପନ ଏବଂ ବ୍ରାଣ୍ଡ ଡିଲରୁ ଭଲ ରୋଜଗାର କରୁଥିଲେ। ତାଙ୍କ ୟୁଟ୍ୟୁବ ଚ୍ୟାନେଲର ୩.୭୭ ଲକ୍ଷରୁ ଅଧିକ ସବସ୍କ୍ରାଇବର୍‌ ଥିବା ବେଳେ ଇନଷ୍ଟାଗ୍ରାମରେ ତାଙ୍କର ୧.୩୧ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ତାଙ୍କ ରୋଜଗାରର ଏକ ପ୍ରମୁଖ ଅଂଶ ତାଙ୍କ YouTube ଭିଡିଓ ଏବଂ ବ୍ରାଣ୍ଡ ସହିତ ପ୍ରାୟୋଜକତା ଚୁକ୍ତିରୁ ପାଇଥିବା ଭ୍ୟୁରୁ ଆସିଥିଲା। ହାରାହାରି ଭାବରେ, YouTube ରେ, ପ୍ରତି 1,000 ଭ୍ୟୁ ପାଇଁ ଜଣେ $13 (80240 ଟଙ୍କା) ରୋଜଗାର କରନ୍ତି। ଯଦି ତାଙ୍କ ଚ୍ୟାନେଲର ପ୍ରତ୍ୟେକ ଭିଡିଓକୁ ହାରାହାରି 50,000 ଭ୍ୟୁ ମିଳେ ଏବଂ ସେ ପ୍ରତି ମାସରେ 10ଟି ଭିଡିଓ ଅପଲୋଡ କରନ୍ତି, ତେବେ ତାଙ୍କର ମାସିକ ରୋଜଗାର ପ୍ରାୟ 40,000 ରୁ 1,20,000 ଟଙ୍କା ହୋଇପାରେ। ଏହା ଏକ ଆକଳନ ଯାହା ସେମାନଙ୍କର ଚ୍ୟାନେଲ ଭ୍ୟୁ ଏବଂ ବିଜ୍ଞାପନ ହାର ଉପରେ ର୍ନିଭର କରେ।

ଖରାବେଳେ ସ୍ଵପ୍ନ ଦେଖୁଥିଲେ ଜାଣି ରଖନ୍ତୁ ଏହି କଥା…

ଭୁବନେଶ୍ଵର: ରାତି ହେଉ , ଦିନ ହେଉ କିମ୍ବା ଅପରାହ୍ନ ହେଉ ଆମେ ଦେଖୁଥିବା ସ୍ଵପ୍ନ ସହ ଆମ ବାସ୍ତବ ଜୀବନର କଣ ସମ୍ପର୍କ ରହିଛି। ଅନେକ ସମୟରେ ଏମିତି ବହୁ ଅସମାୟିତ ପ୍ରଶ୍ନ ଆମ ମନକୁ ଆସିଥାଏ। ଆଜି ଆମେ ଖରାବେଳେ ଦେଖାଯାଉଥିବା ସ୍ଵପ୍ନ ସମ୍ପର୍କରେ ଆଲୋଚନା କରିବା। ସତରେ କଣ ଖରାବେଳେ ଦେଖା ଯାଉଥିବା ସ୍ଵପ୍ନ ସତ ହୁଏ ? ଆମ ଜୀବନରେ ସେହି ସ୍ଵପ୍ନର କଣ ପ୍ରଭାବ ପଡିଥାଏ।

ଏମିତି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରେ। ତେବେ ସ୍ଵପ୍ନ ଶାସ୍ତ୍ରରେ ଏସବୁ ପ୍ରଶ୍ନର ଉତ୍ତର ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଶାସ୍ତ୍ର କହେ ଆମେ ଦେଖୁଥିବା ସ୍ଵପ୍ନ ସତ ହେବ କି ନୁହେଁ, ତାହା ସମୟ ଉପ​‌ରେ ନିର୍ଭର କରେ। ଆଉ କିଛି ସ୍ଵପ୍ନ ଜଣେ ବ୍ୟକ୍ତିର ବିଚାର ଉପରେ ନିର୍ଭର କରେ , ତାହା ସତ ହେବ କି ନୁହେଁ। ଅନେକ ସମୟରେ ମଣିଷର ବିଚାର ଉପରେ ଆଧାରିତ ସ୍ଵପ୍ନ ସତ ହୁଏନାହିଁ।

ବେଳେବେଳେ ମଣି​‌ଷ ଯାହା ବାରମ୍ବାର ଭାବେ , ତାକୁ ନିଜ ସ୍ଵପ୍ନରେ ହିଁ ଦେଖିଥାଏ। ତେ​‌ବେ ରାତି ୧୦ଟାରୁ ୧୨ଟା ମଧ୍ୟରେ ଦେଖାଯାଉଥିବା ସ୍ଵପ୍ନ କେବେ ମଧ୍ୟ ସତ ହୋଇନଥାଏ। କାରଣ ଜଣେ ମଣିଷ ସାରା ଦିନ ମଧ୍ୟରେ ଯାହା କାର୍ଯ୍ୟକଳାପ କରିଥାଏ , ସେସବୁ ତାର ସ୍ଵପ୍ନରେ ଆସିଥାଏ। ତେଣୁ ଖରାବେଳେ ଦେଖାଯାଉଥିବା ସ୍ଵପ୍ନ କେବେ ସତ ହୋଇନଥାଏ। ଯାହା ସ୍ଵପ୍ନ ଶାସ୍ତ୍ରରେ ଉଲ୍ଲେଖ ରହିଛି।