
ଶିମିଳିପାଳ ଜଙ୍ଗଲରେ ବୁଲୁଚି ବିରଳ କଳା ବାଘ ।ବାଘ ବୁଲୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହାକୁ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ଯେଉଁଥିରେ ସେ ଲେଖିଛନ୍ତି, ‘ଆପଣମାନେ ପ୍ରକୃତିର ପ୍ରାକୃତିକ ସଂଗୀତ ସହିତ ଶିମିଳିପାଳ ମେଲାନିଷ୍ଟିକ୍ ବାଘର ପ୍ରଥମ ଭିଡିଓ ଦେଖୁଛନ୍ତି ।’କଳାବାଘ ଚିତ୍ର ସାମ୍ନାକୁ ଆସିବା ପରେ ପଶୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।’କେବଳ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳରେ ଦେଖିବାକୁ ମିଳିଥାଏ ।