Site icon UTKAL PRATIDIN

ପ୍ରକାଶ ପାଇଲା ବିଜେପିର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା ; ବରଣାସୀରୁ ଲଢ଼ିବେ ମୋଦି…

3bp4v3gc_pm-nadda-1200-_625x300_02_March_24

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରଥମ ପାର୍ଥୀ ତାଲିକା ପ୍ରକାଶ ପାଇଛି l ବିଜେପି ୨୦୨୪ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୧୯୫ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀ ଅଛନ୍ତି ଓ ୨୮ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ପ୍ରାର୍ଥୀଙ୍କ ମଧ୍ୟରେ ୨୭ ଏସସି , ୧୮ ଏସ୍‌ଟି ଓ ୫୭ ଓବିସି ଅଛନ୍ତି।

ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛି। ବିଜେପି ୧୯୫ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ବିଜେପିର ପ୍ରଥମ ତାଲିକାରେ ଉତ୍ତରପ୍ରଦେଶରୁ ୫୧, ପଶ୍ଚିମବଙ୍ଗରୁ ୨୦, ମଧ୍ୟପ୍ରଦେଶରୁ ୨୪, ଗୁଜୁରାଟରୁ ୧୫, ରାଜସ୍ଥାନରୁ ୧୫, କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମରୁ ୧୧, ଝାଡ଼ଖଣ୍ଡରୁ୧୧, ଦିଲ୍ଲୀରୁ ୧୧ ଜଣ ଅଛନ୍ତି। ଜାମ୍ମୁ କାଶ୍ମୀରର ୨ଟି ଆସନ, ଉତ୍ତରାଖଣ୍ଡର ୩, ଅରୁଣାଚଳର ୨, ଗୋଆର ୧, ତ୍ରିପୁରାର ୧, ଆଣ୍ଡାମାନର ୧, ଦାମନ ଏବଂ ଡିଉଙ୍କ ପାଇଁ ପ୍ରାର୍ଥୀଙ୍କ ନାମ ସାମିଲ ରହିଛି।

ବାରଣାସୀରୁ ପୁଣି ଥରେ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦି। ବିଜେପି ମୁଖ୍ୟାଳୟରେ ପ୍ରେସମିଟରେ ଏନେଇ ଘୋଷଣା କରାଯାଇଛି। ଦିନ ତଳେ ବିଳମ୍ବିତ ରାତି ଯାଏଁ ଚାଲିଥିଲା ବିଜେପିର ନିର୍ବାଚନ କମିଟି ବୈଠକ। ଯେଉଁଥିରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଉଥିଲା।

Exit mobile version