ଭୁବନେଶ୍ୱର: ମେଣ୍ଟକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର। ଓଡ଼ିଶାରେ ଏକାକୀ ଲଢ଼ିବ ବିଜେପି । ଉଭୟ ବିଧାନସଭା ଓ ଲୋକସଭାରେ ଏକାକୀ ଲଢିବ ବିଜେପି। ମେଣ୍ଟ ବିଷୟ ଉପରେ ବଡ଼ ପ୍ରତିକ୍ରିୟା ରଖିଲେ ବିଜେପି ସଭାପତି ମନମୋହନ ସାମଲ! ମେଣ୍ଟ କଥାକୁ ଆଡେଇ ଗଲେ ମନମୋହନ ସାମଲ । ଓଡିଶା ର ଅସ୍ମିତା କୁ ନେଇ ବିଜେପି ସରକାର କୁ ଆସିବ।
ମନମୋହନ ସାମଲ ଏହା ମଧ୍ୟ କହିଛନ୍ତି ଯେ, ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ଆମେ ସରକାର କରିବୁ। ମୁଁ ବାରମ୍ବାର କହୁଛି ଓଡ଼ିଶାରେ ବିଜେପି ସରକାର ହେବ। ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ’। ବିଜେପି ଏକାକୀ ସରକାର କରିବ ବୋଲି ସ୍ପଷ୍ଟ କହିଲେ ମନମୋହନ ସାମଲ ।
ଦିଲ୍ଲୀରୁ ଫେରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି ମନମୋହନ l ଏହି ବୟାନକୁ ନେଇ ଏବେ ଖୁବ ଚର୍ଚ୍ଚା ଲାଗିରହିଛି l ମେଣ୍ଟ ପ୍ରସଙ୍ଗକୁ ନେଇ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ହୋଇଆସୁଛି। ମେଣ୍ଟ ହେବ ତାହା ଏକ ପ୍ରକାର ସ୍ପଷ୍ଟ କିନ୍ତୁ ସିଟ୍ ଭାଗବଣ୍ଟା ଛିଡୁନି । ଲୋକସଭା ସିଟ୍ ଫାଇନାଲ ହୋଇଥିବା ବେଳେ ବିଧାନସଭା ସିଟ୍ ବର୍ତ୍ତମାନ ସୁଦ୍ଧା ଭାଗ ହୋଇପାରୁନଥିବା ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ କି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି ।
ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବ, ଓଡ଼ିଶା ବିଜେପି କୋର୍ କମିଟି ସହ ଆଲୋଚନା ଜାରି ରଖିଥିବା ବେଳେ ଏପଟେ ବିଜେଡି ମଧ୍ୟ ଘନଘନ ବୈଠକ କରୁଛି । ମେଣ୍ଟ ନେଇ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଘରେ ରାଜ୍ୟ ବିଜେପି ନେତୃତ୍ବଙ୍କ ବୈଠକ ଚାଲିଛି ।
ଏପଟେ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି। ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଏଥିରେ ଡକାଯାଇଥିବା ସୂଚନା ରହିଛି। ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି।