
ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ।ଜମ୍ମୁକାଶ୍ମୀର ନିର୍ବାଚନ ଜିତିବା ପାଇଁ ସବୁ ଦଳ ଜୋରଦାର ପ୍ରସ୍ତୁତି କରିଥିଲା ବେଳେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି ।୪୪ଜଣଙ୍କୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି ।ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଥିବାବେଳେ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସେପ୍ଟେମ୍ବର ୨୫ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅକ୍ଟୋବର ୧ ତାରିଖରେ ହେବ। ଫଳାଫଳ ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।
ପ୍ରଥମ ପର୍ଯ୍ୟାୟ ପାଇଁ ୧୫, ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୦, ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ।ଏହି ପ୍ରାର୍ଥୀ ତାଲିକାରୁ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ବାଦ୍ ପଡିଛନ୍ତି କିନ୍ତୁ ପରବର୍ତ୍ତୀ ତାଲିକାରେ ତାଙ୍କ ନାମ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଏଥର ପ୍ରାର୍ଥୀ ତାଲିକାରେ ଥିବା ପ୍ରମୁଖ ଚେହେରାଗୁଡ଼ିକ ହେଲେ ରାଜପୋରାରୁ ଅର୍ଶିଦ ଭଟ୍ଟ, ଶୋପିଆଁରୁ ଜାବେଦ ଅହମ୍ମଦ କାଦରୀ, ଅନନ୍ତନାଗ ପଶ୍ଚିମରୁ ମହମ୍ମଦ ରଫିକ ବାନି, ଅନନ୍ତନାଗରୁ ଆଡଭୋକେଟ ସୟଦ ୱଜାହତ, ଶିଶତୱାଡରୁ ଶଗୁନ ପରିହାର, ଡୋଡାରୁ ଗଜୟ ସିଂହ ରାଣା, ପମ୍ପୋରାରୁ ସୟଦ ଶୌକତ ଗୟୁର ଅନ୍ଦ୍ରାବି, ବିଜବେହରାରୁ ସୋଫି ୟୁସୁଫ।ମିଳିଥିବା ସୂଚନା ଅନୁଯାୟୀ ଜମ୍ମୁକାଶ୍ମୀରରେ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ପ୍ରଚାର କରିବେ ।ମୋଟ ୯୦ଟି ଆସନରେ ମତଦାନ ହେବ ।