Site icon UTKAL PRATIDIN

ପୋଲାଭରମ କ୍ଷତିଗସ୍ତ ଅଂଚଳ ଅନୁଧ୍ୟାନ କରିବ ବିଜେଡି ଟିମ

polabharam

ଭୁବନେଶ୍ବର : କେନ୍ଦ୍ର ବଜେଟରେ ପୋଲାଭରମକୁ ଅନୁମତି ମିଳିବ ପରେ ତତ୍ପରତା ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପୋଲାଭରମ କ୍ଷତିଗସ୍ତ ଅଂଚଳ ଯିବା ପାଇଁ ଏକ ଟିମ ଗଠନ କରାଯାଇଛି | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଟିମ ଗଠନ କରାଯାଇଛି | ଏହି ଟିମ ଆସନ୍ତା କାଲି ପୋଲାଭରମ ଗସ୍ତରେ ଯିବା | ଟିମରେ ରହିଛନ୍ତି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ଅଂଚଳର ବିଜେଡି ନେତା।
ଏହି ଟିମ ପୋଲାଭରମ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରିବେ | ଏହି ପ୍ରକଳ୍ପ ହେଲେ ଓଡିଶାର କଣ କ୍ଷତି ହେବ ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମୋ ନବୀନ ପଟ୍ଟନୟକଙ୍କୁ ଦେବେ।
ଏଠି କହି ରଖିବୁ, ଆନ୍ଧ୍ର ସରକାରଙ୍କ ପୋଲାଭରମ୍‌‌ ପ୍ରକଳ୍ପ କଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ | ବିଶେଷକରି ମାଲକାନଗିରି ପାଇଁ ବଡ ବିପତ୍ତି ଆଣି ଦେବ। ସେଥିପାଇଁ ଓଡ଼ିଶା ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛି।

Exit mobile version