
ବିଧାନସଭାରେ ଦୁଇଦିନ ଧରି ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ବିଜେପିର ସମସ୍ତ ବିଧାୟକମାନେ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଅଛନ୍ତି ।
ପ୍ରଶିକ୍ଷଣ ଶିବିରକୁ ବିଜେଡି ଯିବ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ବିଜେଡ଼ି ଦଳ ସଚେତକ ପ୍ରମିଳାମଲ୍ଲିକ । କେବଳ ସେତିକି ନୁହେଁ ଏହା ପ୍ରଶିକ୍ଷଣ ନୁହେଁ ଏହା ଦଳୀୟ କାର୍ଯ୍ୟକ୍ରମ ବୋଲି କହି କଟାକ୍ଷ କରିଛନ୍ତି ବିରୋଧୀ ଦଳ ସଚେତକ ପ୍ରମିଳା ମଲ୍ଲିକ ।
ଅନ୍ୟପଟେ ନିର୍ବାଚିତ ବିଜେଡି ବିଧାୟକମାନଙ୍କୁ ନେଇ ଅଗଷ୍ଟ ୨୫ତାରିଖ ରବିବାର ସକାଳ ୧୦ଟାରେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଦିଆଯିବ ।ବରିଷ୍ଠ ବିଧାୟକମାନେ ନୂଆ ସଦସ୍ୟମାନଙ୍କୁ ବିଧାନସଭାର କାର୍ଯ୍ୟଶୈଳୀ ବିଷୟରେ ପ୍ରଶିକ୍ଷଣ ଦେବେ ବୋଲି କହିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ।