Site icon UTKAL PRATIDIN

ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ : ମୋଦୀଙ୍କୁ ଭେଟିବେ ନବୀନ !

kpreeqhkhnschvrf_1667810739

ଭୁବନେଶ୍ୱର: ସାଧାରଣ ନିର୍ବାଚନ ବେଳେ ବିଜେଡି ଓ ବିଜେପି ମଧ୍ୟରେ ଆଗାମୀ ଦିନରେ ମେଣ୍ଟ ହେବାର ସମ୍ଭାବନା ରହିଛି । ଏହାକୁ ନେଇ ଦୁଇ ଦଳ ଯଦିଓ ଖାରଜ କରୁଛନ୍ତି କିନ୍ତୁ ଦୁଇ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଭେଟଘାଟ ଏହି ଚର୍ଚ୍ଚାର ଧୂଆଁକୁ ଆହୁରି କୁହୁଳାଇବାକୁ ଖୋରାକ ଯୋଗାଉଛି।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାରେ କୌଣସି ଆପତ୍ତି ନାହିଁ। ଅନେକ ବିରୋଧୀ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠୁ ଆରମ୍ଭ କରି ଷ୍ଟାଲିନ ମଧ୍ୟ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀଙ୍କୁ ଭେଟୁଛନ୍ତି। ଏହା ସଂଘୀୟ ବ୍ୟବସ୍ଥାର ଏକ ପରମ୍ପରା। ଏଥିରେ କୌଣସି ଲୁଚାଛପା ନାହିଁ ବୋଲି ସେ କହିଛନ୍ତି।

ସଂସଦରେ ମୋଦୀ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଥିଲା ବିଜେଡି ସେହିପରି ଦିଲ୍ଲୀ ସେବା ବିଲକୁ ସମର୍ଥନ କରିଥିଲା। ରାଜ୍ୟସଭାରେ ବିଜେପି ବ୍ୟାକଫୁଟରେ ଥିବା ବେଳେ ବିଜେଡି ସମର୍ଥନ କରି ଏକ ଭଲ ବନ୍ଧୁର ପରିଚୟ ଦେଇଛି। କିନ୍ତୁ ମୌସୁମୀ ଅଧିବେଶନ ଶେଷ ବେଳକୁ ବିଜେଡି ସଂସଦରେ ମହିଳା ସଂରକ୍ଷଣ କଥା ଉଠାଇଛି। ସେହିପରି ରାଜ୍ୟ ସରକାର ମଧ୍ୟ ଅନେକ ଦାବି ରଖିଛନ୍ତି। ଏପରି ସ୍ଥିତିରେ ନବୀନ ମୋ୍ଦୀଙ୍କୁ ଭେଟିବା ବେଳେ ଓଡ଼ିଶା ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କହିପାରନ୍ତି।

ଏମିତିକି ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତା ଉପରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ଦେଶ ବାହାରକୁ ଯାଇ ଓଡିଶାରେ ନିବେଶ ପାଇଁ ଅନେକ କମ୍ପାନୀ ସହ ଚୁକ୍ତି କରିଛନ୍ତି। ଏପରି ସ୍ଥିତିରେ କିଭଳି କେନ୍ଦ୍ର ସରକାର ସଂପୃକ୍ତ କମ୍ପାନୀକୁ କ୍ଲିଅରାନ୍ସ ଦେବେ ସେ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଅନ୍ୟପଟେ ଦଳକୁ ଶାସକ ଦଳ ବିରୋଧରେ ସ୍ବର ଶାଣିତ କରିବାକୁ ଗୁରୁମନ୍ତ୍ର ଦେଇଥିବା କୁହାଯାଉଛି।

Exit mobile version