ଯାଜପୁର ଘଟଣାକୁ ନେଇ ବିଜେଡି ବିଜେପି ରାଜନୀତି ତେଜିବାରେ ଲାଗିଛି ।ପୁଣି ମୁହାଁମୁହିଁ ଉଭୟ ଦଳ। ଯାଜପୁର ଟାଉନ ଉପକଣ୍ଠ ବୁଢାଘାଟ ପୋଲ ପାଖରେ ଧର୍ମଶାଳାର ବିଧାୟକଙ୍କୁ ଆକ୍ରମଣ ହେଲା। ସେଦିନ ବିଳମ୍ବିତ ରାତି ଯାଏଁ ଟାଉନ ଥାନା ଓ ସଦର ଥାନାରେ ହୋ ହଲ୍ଲା ଚାଲିଲା। ପରେ ପରେ ବିଜେଡିର ପୂର୍ବତନ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆସି ଗଣମାଧ୍ୟମ ଆଗରେ ସଫେଇ ଦେଲେ।
ଘଟଣା ସହ ବରିଜା ପ୍ରକଳ୍ପକୁ ଟାଣି ଓଟାରି ଯୋଡ଼ି ଦିଆଗଲା। ଆଉ ହାଟରେ ପରିବା ବିକାଳିଙ୍କୁ ନିର୍ଯାତନା ଅଭିଯୋଗରେ ବବିଙ୍କ ଭାଇ ଲଲ ଗିରଫ ହୋଇ ଜେଲ୍ ଗଲେ। ଚାରି ଦିନ ବିତିଗଲା ପରେ ଭୁବନେଶ୍ୱରରେ ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଛି ବିଜେଡି। ଯାହାକୁ ତୁରନ୍ତ କାଉଣ୍ଟର ମଧ୍ୟ କରିଛି ବିଜେପି ।ବିଜେଡିର ଏ ଅଭିଯୋଗର କଡ଼ା କାଉଣ୍ଟର କରିଛି ବିଜେପି।
ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କ୍ଷମତା ଯିବା ପରେ ବିରୋଧୀ ହେବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇନାହାନ୍ତି ବିଜେଡି ନେତା। ଜଣେ ବ୍ୟକ୍ତି ତା’ ନିଜ ସ୍ୱାର୍ଥ ପାଇଁ ସବୁକିଛି କରୁଛି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରାୟୋଜିତ ଗଣ୍ଡଗୋଳ ବୋଲି ଜଣାପଡ଼ୁଛି। ତଦନ୍ତ ହେଲେ ସବୁ ସ୍ପଷ୍ଟ ହେବ ବୋଲି ମନମୋହନ କହିଛନ୍ତି।