Site icon UTKAL PRATIDIN

ବାଲୁକାକଳାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଶୁଭେଚ୍ଛା

Webp.net-resizeimage-3

ଆଜି ୧୭ ସେପ୍ଟେମ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ ତମ ଜନ୍ମ ଦିବସ । ସାରା ଭାରତରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଉତ୍ସବ ଲାଗିଛି l ମୋଦିଙ୍କ ଜନ୍ମଦିନକୁ ଅନେକ ଲୋକ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି । ଏହି ଭିନ୍ନ ଢଙ୍ଗର ଅଂଶ ସଦୃଶ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବି ପଛରେ ରହି ନାହାନ୍ତି l ଏକ ନିଆରା ଢଙ୍ଗରେ ବାଲୁକାକଳା ଜରିଆରେ ସେ ବି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖ ଦିନ ଗୁଜରାଟରେ ଜନ୍ମ ଗ୍ରହଣ କରିଥିଲେ ଭାରତର ଚଳିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଣୁ ଆଜି ତାଙ୍କର ୭୩ ତମ ଜନ୍ମ ଦିବସ l ଏହି ଅବସରରେ ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି l ତେଣୁ ଏହାରି ଭିତରେ ପୁରୀ ବେଳାଭୂମିରେ ଅତି ନିଆରା ଭାବେ ବାଲୁକାକଳା ଜରିଆରେ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ପୁରୀ ବେଳାଭୂମିରେ କୋଣାର୍କ ଚକ ଭଳି ଅବିକଳ ଛୋଟଛୋଟ ୫୦ଟି ପ୍ରତିକୃତିକୁ ନିଜ ବାଲୁକାକଳାରେ ସ୍ଥାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହାରି ସହିତ ଦେଖିବାକୁ ମିଳିଛି ବିଶ୍ୱକର୍ମାଙ୍କର ପ୍ରତିମୂର୍ତ୍ତି ମଧ୍ୟ l ସେ ମୋଦିଙ୍କ ଛବି ନିକଟରେ ପ୍ରଭୁ ବିଶ୍ୱକର୍ମାଙ୍କ ଛବି ତିଆରି କରି ସେଥିରେ ଲେଖିଛନ୍ତି, “ Bless us Lord Biswakarma” ଅର୍ଥାତ ପ୍ରଭୁ ବିଶ୍ୱକର୍ମା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ l

Exit mobile version