Site icon UTKAL PRATIDIN

ମଣିଷ ଦେହରେ ବାର୍ଡ଼ ଫ୍ଲୁ !

PTI08_25_2024_000214B

ପୁରୀ ଜିଲ୍ଲାର ପିପିଲି ବାର୍ଡ଼ ଫ୍ଲୁ ର ହଟସ୍ପଟ ପାଲଟିଥିଲା ବେଳେ ମଣିଷ ଦେହରେ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ କରାଯାଉଛି।ପୁରୀ ମଙ୍ଗଳପୁର ଅଂଚଳର ଜଣେ ବ୍ୟକ୍ତିର ନମୁନା ସଂରକ୍ଷଣ ପାଇଁ ଭୋପାଲ ପଠାଯାଇଛି ବୋଲି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଆକ୍ରାନ୍ତ ସନ୍ଦେହ କରାଯାଉଥିବା ବ୍ୟକ୍ତି ଜଣକ ଜ୍ୱର, କାଶରେ ପୀଡିତ ଥିବାରୁ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ ବଢିଛି।ରିପୋର୍ଟ ଆସିଲେ ସ୍ପଷ୍ଟ ସୂଚନା ମିଳିପାରିବ।ବାର୍ଡ ଫ୍ଲୁ ଆକ୍ରାନ୍ତ କୁକୁଡ଼ା ମାରିବା ସହ ଫାର୍ମ ଗୁଡ଼ିକ ସଫା କରି ସାନିଟାଇଜ କରାଯାଉଛି।

ପ୍ରଶାସନ ପକ୍ଷରୁ ସଜାଗ ରହିବା ନିର୍ଦ୍ଦେଶ ଜାରି ହୋଇଥିବାବେଳେ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଘର ଘର ବୁଲି ସତର୍କ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳରେ ଏନ-୯୫ମାକ୍ସ ବଣ୍ଟା ଯାଉଛି ।୩ ଡାକ୍ତର, ୨ ଫାର୍ମାସିଷ୍ଟ, ସ୍ବାସ୍ଥ୍ୟ କର୍ମୀଙ୍କୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ନିୟୋଜିତ କରାଯାଇଛି ।ଏଥିପାଇଁ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।

Exit mobile version