Site icon UTKAL PRATIDIN

କେନ୍ଦ୍ରାପଡ଼ାରେ ଆତଙ୍କ ଖେଳାଇଲାଣି ବାର୍ଡ ଫ୍ଲୁ

bird-flu-1 (2)

ଦିନକୁ ଦିନ ରାଜ୍ୟରେ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଆଜି ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଯାଇଛି।ଏଣ୍ଡରର ୮ଟି ଗ୍ରାମ ଓ ବାଲିଆର ୧୪ଟି ଗ୍ରାମ ଓ ଗୋଲରାହାଟ ପଞ୍ଚାୟତରେ ଥିବା ୭୦ଟି ଫାର୍ମରେ କୁକୁଡ଼ା ମରାଯିବାକୁ ବିଭାଗ ଯୋଜନା ରଖିଛି।

ବାଲିଆ ପଞ୍ଚାୟତରେ ୫୭ଟି ଓ ଏଣ୍ଡର ପଞ୍ଚାୟତରେ ୫୮ଟି ଫାର୍ମ ଥିବାବେଳେ ଯେଉଁ ଫାର୍ମରେ କୁକୁଡ଼ା ଅଛି ସେଠାରେ ମରାଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବମଧ୍ୟ ବ୍ୟବସ୍ଥା ରହିଛି ।କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାକୁ ବାରଣ କରାଯିବା ସହ ଏହାର ବିକ୍ରି ନିଷେଧ କରାଯାଇଛି ।ସଂକ୍ରମିତ ଅଞ୍ଚଳ ଭିତରକୁ ଆସୁଥିବା ଏବଂ ସଂକ୍ରମିତ ଅଞ୍ଚଳ ବାହାରକୁ ଯାଉଥିବା କୁକୁଡ଼ା ଓ କୁକୁଡ଼ାଜାତ ଦ୍ରବ୍ୟ ଉପରେ କଟକଣା ଜାରୀ କରାଯାଇଥିବା ନେଇ ସୂଚନା ମିଳିଛି।

ସଂକ୍ରମିତ ଅଞ୍ଚଳରୁ କୁକୁଡ଼ାମରା ଅଭିଯାନ ଶେଷ ପରେ ସଂକ୍ରମିତ କୁକୁଡ଼ା ପାଳନ ଫାର୍ମ ପରିସର ବିଶୋଧନ କରାଯିବ ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ସଂକ୍ରମିତ ଅଞ୍ଚଳ ବାହାରେ ଏକ କିଲୋମିଟରରୁ ଦଶ କିଲୋମିଟର ମଧ୍ୟରେ କୁକୁଡ଼ା ମାନଙ୍କର ସର୍ଭିଲାନ୍ସ ନିରୀକ୍ଷଣ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ଏହି ସବୁ ଅଞ୍ଚଳରେ ଅଣ୍ଡା, କୁକୁଡ଼ା ଖାଇବା ପାଇଁ ବାରଣ କରାଯାଇଛି।

Exit mobile version