Site icon UTKAL PRATIDIN

ଆତଙ୍କ ଖେଳାଇଛି ବାର୍ଡ଼ ଫ୍ଲୁ ,କ୍ବାରେଣ୍ଟାଇନରେ ୫ହଜାର କୁକୁଡ଼ା ଚାଷୀ

images (9)

ରାଜ୍ୟରେ ବାର୍ଡଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଥିଲା ବେଳେ କୁକୁଡ଼ା ଚାଷୀଙ୍କୁ ବାର୍ଡ଼ ଫ୍ଲୁ ହୋଇଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକେଇଛି।କେନ୍ଦ୍ରାପଡା ଡେରାବିସି ଅଞ୍ଚଳରେ କିଛି ଚାଷୀଙ୍କଠାରେ ଏହି ଲକ୍ଷଣ ଦେଖାଯିବାରୁ କିଛି କୁକୁଡ଼ା ଚାଷୀଙ୍କୁ ନିଜ ଘରେ କ୍ଵାରେନଣ୍ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି ।

ପୁରୀ ପିପିଲିରେ ବାର୍ଡ଼ ଫ୍ଲୁ ଆତଙ୍କ ଅଧିକ ମାତ୍ରାରେ ବ୍ୟାପୁଥିବାରୁ କୁକୁଡ଼ା ମାନଙ୍କୁ ମାରି ପୋତି ଦିଆଯାଇଥିଲା ।କେନ୍ଦ୍ରାପଡ଼ାର ଡେରାବିଶ ଅଂଚଳରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିଲା। ପୁରୀରେ ଏହା ଅଧିକ ବ୍ୟାପିବାରୁ କେନ୍ଦ୍ରୀୟ ଟିମ୍ ମଧ୍ୟ ଆସି ସେଠାରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ବାର୍ଡ ଫ୍ଲୁ ରୋକିବାକୁ ଚାରି ଜଣିଆ ଅଫିସରଙ୍କୁ ନେଇ ପିପିଲି ବ୍ଲକରେ ଗୋଟିଏ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଏପରିକି ସନ୍ଦେହ ଭିତରେ ଥିବା ୧୦ଟି ଗାଁରେ ୧୦ଜଣ ଆଶାକର୍ମୀଙ୍କୁ ପ୍ରତେକ ଦିନ ପ୍ରତେକ ଗାଁରେ ଘରେ ଘରେ ବୁଲି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version